02/13/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ସ୍ୱାଭିମାନ ଅଞ୍ଚଳରେ ମିଶନ୍‌ ଇନ୍ଦ୍ରଧନୁ ଆରମ୍ଭ …

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳକୁ ମିଶନ ଇନ୍ଦ୍ରଧନୁ ଟିମ ଗ୍ରସ୍ତ କରିଛନ୍ତି । ଏହାର ମୂଳ ଲକ୍ଷ ସ୍ୱାଭିମାନ ଅଞ୍ଚଳରେ ଥିବା ପାଂଚଟି ପଞ୍ଚାୟତର ସମସ୍ତ ଶିଶୁ ଓ ପ୍ରସୂତୀ ମହିଳାଙ୍କୁ ଟୀକାକରଣ କରାଯିବ । ଏହି ଟୀକାକରଣ ୦-୨ବର୍ଷ ଶିଶୁ ଓ ପ୍ରସୂତୀ ମହିଳାଙ୍କୁ ଟୀକା ଦେବା ସହ ନୂତନ ଶିଶୁ ମହିଳାଙ୍କୁ ପଞ୍ଜିକରଣ କରିବା ସହ ଟୀକାକରଣ କରାଯିବ।ଡାକ୍ତର ସନ୍ତୋଷ କୁମାର ଷଡଙ୍ଗୀ କହିବା ଅନୁଯାୟୀ ଏହି ଇନ୍ଦ୍ରଧନୁ ମିଶନଟି ଏକ ସପ୍ତାହ ଧରି ଚାଲିବ ଓ ସ୍ୱାଭିମାନ ଅଞ୍ଚଳର ଦୁର୍ଗମ ଅଂଚଳରେ ମଧ୍ୟ ଟୀକାକରଣ ଯୋଗାଇ ଦିଆଯିବ । ସ୍ୱାଭିମାନ ଅଞ୍ଚଳରେ ଯାତାୟତ ସୁଭିଧା ନଥିବାରୁ ତିନୋଟି ମୋଟର ଲଞ୍ଚ ମାଧ୍ୟମରେ ପାଞ୍ଚଟି ପଞ୍ଚାୟତକୁ ଟୀକାକରଣରେ ସାମିଲ କରାଯିବ ।ଏହା ଦ୍ୱାରା ଶିଶୁ ଓ ମାତୃ ମୃତ୍ୟୁହାର ନିଶ୍ଚୟ କମିବ ବୋଲି ଜିଲ୍ଲା ଚିକିତ୍ସା ଅଧିକାରୀ ଆଶା କରିଛନ୍ତି |

ମାଲକାନଗିରିରୁ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *