ଜୁଆ ଖେଳଚାଲିଛି , ହାତ ବାନ୍ଧି ବସିଛି ପୋଲିସ କାହିଁକି…
ମାଲକାନଗିରି:ମାଲକାନଗିରି ଜିଲ୍ଲାର ଭୁବନପାଲ୍ଲୀ ପଞ୍ଚାୟତ ଅଧିନସ୍ଥ ବିଭିନ୍ନ ଆଦିବାସୀ ଗାଁ ମାନଙ୍କରେ ଦିନ ଦିପ୍ରହରରେ ଚାଲିଛି ଜୁଆ ଆଡ୍ଡା । କେବଳ ପ୍ରାପ୍ତ ବୟସ୍କ ନୁହେଁ, ନାବାଳକ ମାନେ ମଧ୍ୟ ଏହି ଖେଳ ଖେଳୁଥିବା ନେଇ ହିଡେନ୍ କ୍ୟାମେରାରେ ଭିଡିଓ କଏଦ ହୋଇଛି । ଯାହା ଏବେ ଭାଇରାଲ୍ ହେବାରେ ଲାଗିଛି ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି । ଏ ଦୃଶ୍ୟ ଦେଖିବାକୁ ମିଳିଛି ଏମଭି ୭୯ ଥାନା ଅଧିନସ୍ଥ କୁନାଲପାଲ୍ଲୀ ଅଞ୍ଛଳର ପଛ ପାର୍ଶ୍ୱରେ । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଏମଭି ୭୯ ଥାନାଠାରୁ ମାତ୍ର ୧୫ କିମି ଦୂରରେ ଏହି ଖୁଲମ ଖୁଲା ଜୁଆ ଖେଳ ଚାଲିଛି । ତେଣୁ ପୋଲିସର ଭୂମିକା ନେଇ ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ଉପୁଜିଛି । ଏହି ଖେଳ ଦ୍ୱାରା ଜୁଆ ଆଡ୍ଡା ମାଲିକ ଲାଭବାନ ହେଉଥିବା ବେଳେ ସାଧାରଣ ଲୋକେ ତଳିତଳାନ୍ତ ହେଉଛନ୍ତି ।
ଜୁଆ ଖେଳରେ ବାଜି ଲାଗୁଛି ଲକ୍ଷ ଲକ୍ଷ ଟଙ୍କା ଓ ସମ୍ପତ୍ତି । ଜୁଆ ଖେଳରେ ଲୋକେ ବହୁ ମୂଲ୍ୟବାନ ସମୟ ନଷ୍ଟ କରିବା ସହ ବହୁ ଟଙ୍କା ମଧ୍ୟ ନଷ୍ଟ କରୁଛନ୍ତି । ଏହା ଏକ ନିଶା । ଜୁଆ ଖେଳ ବନ୍ଦ କରିବା ପାଇଁ ପୋଲିସ ଯେତେ କଡା ନଜର ରଖିଲେ ମଧ୍ୟ ଜୁଆଡି ମାନେ ତାଙ୍କ ନିଶା ଛାଡୁନାହାନ୍ତି । ଏହି ଖେଳରେ ହଜାର ହଜାର ଟଙ୍କା ବାଜି ଲଗାଉଛନ୍ତି । ଜୁଆ ଖେଳି ନିଜର ଧନ ସମ୍ପତ୍ତି ସବୁ ବରବାଦ କରିଦେଉଛନ୍ତି । ବରବାଦ୍ ହେଉଛନ୍ତି ଶହ ଶହ ପରିବାର । ଏବେ ଜୁଆ ମାୟାଜାଲର ମାଲକାନଗିରି ଜିଲ୍ଲାର ଭୁବନପଲ୍ଲୀ ପଞ୍ଚାୟତର ଅଧିକାଂଶ ଇଲାକା । କମ୍ ସମୟରେ ଅଧିକ ଧନ ପାଇବା ଲୋଭରେ ଶ୍ରାଦ୍ଧ ହେଉଛି ଲକ୍ଷ ଲକ୍ଷ ଟଙ୍କା । ପୂଜା ସମୟରେ ପରମ୍ପରା ନାଁରେ ଜୁଆ ଭଳି ବେଆଇନ୍ କାର୍ଯ୍ୟ ଚାଲିଛି । ସେପଟେ ବର୍ଷକ ମଧ୍ୟରେ ଅଧିକ ମାମଲାରେ ଶତାଧିକ ଜୁଆଡିଙ୍କୁ ବାନ୍ଧି ସାରିଲାଣି ପୋଲିସ । ହେଲେ ନା ଜୁଆଡିଙ୍କୁ ଫରକ୍ ପଡ଼ୁଛି ନା ବନ୍ଦ ହେଉଛି ଜୁଆ ଆଡ୍ଡା ।ଗାଁ ଗହଳିରେ ସଚେତନତା ସୃଷ୍ଟି କଲେ ଭଲ ହେବ ବୋଲି କେତେଜଣ ବୁଦ୍ଧିଜୀବୀ ମତ ଦେଇଛନ୍ତି |
ମାଲକାନଗିରିରୁ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ