02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ରାୟଗଡା ଜ଼ିଲ୍ଲାର ମେଧାବୀ ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କୁ ଲାପଟୋପ ବଣ୍ଟନ

ରାୟଗଡ଼ ଜ଼ିଲ୍ଲା:( ପ୍ରତିନିଧି ଅମୁଲ୍ୟ ନିଶଙ୍କ) 2019ମସିହା ର ଯୁକ୍ତ ଦୁଇ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ବିଜୁ ୟୁବ ସଶକ୍ତିକରଣ ଯୋଜନା ମାଧ୍ୟମରେ ଶନିବାର ଦିନ ରାୟଗଡା ସ୍ୱୟଂ ଶାସିତ କଲେଜର ଗୋଲଡେନ ଜୁବଲୀ ହାଲ ରେ ଲାପଟୋପ ବଣ୍ଟନ କରାଯାଇଛି ମୁଖ୍ୟ ଅତିଥି ରୂପେ ଜ଼ିଲ୍ଲା ପାଳ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ର ସୁଵାଉଦ୍ଘାଟନ କରିଥିଲେ। ଛାତ୍ର ଛାତ୍ରୀଙ୍କୁ ଉତ୍ତମ ନାଗରିକ ଭାବେ ଗଢିତୋଳିବା ପାଇଁ ପରାମର୍ଶ ଦେଇଥିଲେ ଜ଼ିଲ୍ଲା ପାଳ। ପୁଣି କହିଥିଲେ ଯୁଗ ପରିବର୍ତନ ହୋଇଛି କଲେଜ ଛାତ୍ର ଛାତ୍ରୀ ମାନଙ୍କ ସହିତ ଅଧ୍ୟାପକ ଅଧ୍ୟାପିକାଙ୍କୁ ଖାପ ଖୁଆଇବାକୁ ପଡୁଛି। ଏହି ଜ଼ିଲ୍ଲାରେ ସର୍ବମୋଟ 23 କଲେଜରୁ 225 ଜଣ ମେଧାବୀ ଲିଷ୍ଟରେ ଯୋଗ୍ୟ ବିବେଚିତ ହୋଇଥିଲେ କିନ୍ତୁ 218ଜଣ ଲାପଟୋପ ନେଇଥିଲେ। ଅନ୍ୟ 7ଜଣ ଅନୁପସ୍ଥିତ ରହିଥିଲେ।

ଗୁଣୁପୁର ମହର୍ଷି ଗୁଣୁପୁର କଲେଜକୁ 38,ପଦ୍ମପୁର ତ୍ରିବେଣୀ କଲେଜ କୁ 22ଟି ଲାପଟୋପ ମିଳିଛି। କଳାରେ ଡ଼ମ୍ବସୋରା କଲେଜକୁ 5, ଗୁଣୁପୁର ସରକାରୀ କଲେଜକୁ 3, ଗୁନାଖାଲ କବି ବଳରାମ କଲେଜକୁ 2, ଯେ କେ ପୁର ସିଙ୍ଘାଣିଆ କଲେଜକୁ 6, ବିଷମକଟକ ମା ମାର୍କମା କଲେଜକୁ 4, କାଶୀପୁର ଆଦିବାସୀ କଲେଜକୁ 13, ମୁନିଗୁଡା ଗୋବର୍ଧନ କଲେଜକୁ 2, ପଦ୍ମପୁର ଆର ଜି କଲେଜକୁ 6, ରାୟଗଡା କଲେଜକୁ 10, ରାୟଗଡା ମହିଳା କଲେଜକୁ 10, ଗୁଡାରି ବିଜ୍ଞାନ କଲେଜକୁ 1, ଗୁଣୁପୁର ଶାନ୍ତିନିକେତନ କଲେଜକୁ 15, କମତଳପେଟା କଲେଜକୁ 5, ବାଣିଜ୍ୟରେ ଯେ କେ ପୁର ସିଙ୍ଘାଣିଆ କଲେଜକୁ 10, ରାୟଗଡା କଲେଜ କୁ 22 ଓ କୈଳାଶ ପୁର ଏସ ଏସ ଡି କଲେଜକୁ 3, ଠିକ ସେହିପରି ବିଜ୍ଞାନରେ ଜିତମ କଲେଜ ରାୟଗଡାକୁ 10, ଯୁପିଟର କଲେଜ ରାୟଗଡାକୁ 5, ବିଷମକଟକ ମା ମାର୍କମା କଲେଜକୁ 2, ଗୁଣୁପୁର ମହର୍ଷ ଗୁରୁକୁଳ କଲେଜକୁ 38, ରାୟଗଡା କଲେଜ କୁ 12, ରାୟଗଡା ମହିଳା କଲେଜ କୁ 1, ମୁନୁଗୁଡା ରାଇସିଙ୍ଗି କଲେଜ କୁ 2, ଗୁଣୁପୁର ଶାନ୍ତିକେତନ କଲେଜ କୁ 6, ଦେବଦଳା ଭାରତୀ କଲେଜ କୁ 3 ଓ ପଦ୍ମପୁର ତ୍ରିବେଣୀ କଲେଜ କୁ 22 ଲାପଟୋପ ମିଳିଛି। ରାମନାଗୁଡ଼ା ଓଡିଶା ନ୍ୟୁଜ ପ୍ରତିନିଧି ରଞ୍ଜନ ନାୟକ ବେହେରାଙ୍କ ଝିଅ ଶ୍ରୀୟା ,ପଦ୍ମପୁର ବରିଷ୍ଠ ସମାଜ ସେବି ତ୍ରିପତି ନିଶଙ୍କଙ୍କ ପୁଅ ଶୁଭଙ୍କର ନିଶଙ୍କ ମଧ୍ୟ ଲାପଟୋପ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ଠିକ ସେହିପରି ନାଇରା ଗ୍ରାମର ବିଜୟୀ ଶବର ଙ୍କ ଝିଅ, ରମପ୍ରସାଦ ଙ୍କ ପୁଅ ଯୋଗ୍ୟ ବିବେଚିତ ହୋଇଛନ୍ତି କମର୍ସ ଅଧ୍ୟାପକ ଶ୍ରୀ ସାଇଁମାଧବ ମଞ୍ଚ ପରିଚାଳନା କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ କଲେଜ ଅଧକ୍ଷ ଶ୍ରୀ ପ୍ରଫୁଲ ଚନ୍ଦ୍ର ସେନାପତି ପୂର୍ବତନ ପୌର ଉପଦକ୍ଷ ଡାକ୍ତର ନିରଞ୍ଜନ ଵକ୍ସି ପାତ୍ର ଅରୁଣ ଖାଡ଼ଙ୍ଗ ଓ ଅନ୍ୟ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *