ଖଇରା ପ୍ରତିଭା ପରିବାରର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
ବାଲେଶ୍ବର,୫/୧–ବାଲେଶ୍ବର ଜିଲ୍ଲା ଖଇରା ପ୍ରତିଭା ପରିବାରର ସାମ୍ବାଦିକ ସମ୍ମିଳନୀ ଖଇରା ପଞ୍ଚାୟତ ନିକଟସ୍ଥ ହରେକୃଷ୍ଣ ରାଉତଙ୍କ ହୋମିଓପ୍ୟାଥିକ କ୍ଲିନିକ୍ ପରିସରରେ ଚିନ୍ତାମଣି ସାହାଣୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବ ଚଳିତ ମାସ ୧୧ ଓ ୧୨ ତାରିଖ ୨ଦିନ ଧରି ଅନୁଷ୍ଠିତ ହେବ । ଏଥିରେ ବିଭିନ୍ନ ଅତିଥିମାନଙ୍କ ଯୋଗଦାନ,ପ୍ରତିଭା ସମ୍ମାନ, ଶାନ୍ତିଶୃଙ୍ଖଳା,ପ୍ରିଣ୍ଟ୍ ଓ ବୈଦ୍ଯୁତିକ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସମ୍ମାନ ପ୍ରଦାନ, ଦେଖଣାହାରୀଙ୍କ ଶାନ୍ତି ଶୃଙ୍ଖଳା,ଅତିଥିମାନଙ୍କ ଦ୍ବାରା ବକୃତା ପ୍ରଦାନ, ସନ୍ଧ୍ୟାରେ ମନୋରଞ୍ଜନ କାର୍ଯ୍ୟକ୍ରମ ସହିତ ଅଷ୍ଟାଦଶ ପ୍ରତିଭା ମହୋତ୍ସବର ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ବିଷୟରେ ମହୋତ୍ସବ ସଭାପତି ଓ ସମ୍ପାଦକ ସାମ୍ବାଦିକ ମାନଙ୍କୁ ଅବଗତ କରାଇଥିଲେ ।
ଗଣମାଧ୍ୟମ ପ୍ରତିନିଧିମାନେ ଅବଗତ ହେବାପରେ ସାମ୍ବାଦିକ ମାନଙ୍କ ତରଫରୁ ପଚରାଯାଇଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ସଭାପତି ଓ ସମ୍ପାଦକ ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଖଇରା ବ୍ଲକ ଓ ବାଲେଶ୍ବର ଜିଲ୍ଲା ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଶେଷରେ ପ୍ରତିଭା ପରିବାର ତରଫରୁ ସଭାପତି ଚିନ୍ତାମଣି ସାହାଣୀ ଦୀର୍ଘ ଅଠର ବର୍ଷ ଧରି ଦୁର୍ଗା ମଣ୍ଡପରେ ଅନୁଷ୍ଠିତ ହୋଇ ଆସୁଥିବା ଅନୁଷ୍ଠାନ ପାଇଁ ଏକ ସ୍ଥାୟୀ ଗୃହର ଆବଶ୍ୟକତା ଥିବା ଦାଵି ଜଣାଇ ଥିଲେ ।
ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ