12/05/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଛାତ୍ରୀ ଆତ୍ମ ସୁରକ୍ଷା ଶିବିର ଉଦଯାପିତ

ବାଲେଶ୍ବର,୪/୧–ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଅନ୍ତରା ଠାରେ ଥିବା ଅଗଣୀ-ନରେନ୍ଦ୍ର ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମ ସୁରକ୍ଷା ଶିବିର ଉଦଯାପିତ ହୋଇଯାଇଛି । ଉକ୍ତ ଶିବିରକୁ ଅଧ୍ଯକ୍ଷ ରାଜେନ୍ଦ୍ର କୁମାର ଦାସମହାପାତ୍ର ଉଦଘାଟନ କରି ସୁସ୍ଥ ସାମାଜିକ ପ୍ରଶିକ୍ଷଣ ପାଇଁ ନାରୀ ସଶକ୍ତିକରଣ ଅପରିହାର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଲେ ।

ଛାତ୍ରୀ ଆତ୍ମ ସୁରକ୍ଷା ଯେ କେବଳ ସେମାନଙ୍କୁ ସାମାଜିକ କରିବ ତା’ ନୁହେଁ ଏହା ମାନସିକ ଓ ଶାରୀରିକ ସ୍ଥିରତା ଆଣିବ ବୋଲି ଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ରାଜନୀତି ବିଜ୍ଞାନର ଅଧ୍ଯାପକ ଗୋପୀନାଥ ପୃଷ୍ଟି ସମାଜର କଳୁଷତାକୁ ଦୂରେଇବା ପାଇଁ ଛାତ୍ରୀମାନେ ଲକ୍ଷ୍ମୀବାଇ, ଦୁର୍ଗାଦେବୀ,ରମାଦେବୀ ଓ ମାଳତୀ ଦେବୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଜରୁରୀ ଵୋଲି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମର ସଂଯୋଜକ ବନମାଳି ଉପାଧ୍ଯାୟ ଏହି କାର୍ଯ୍ୟକ୍ରମ ଏକ ସ୍ବସ୍ଥ ସାମାଜିକ ପରମ୍ପରା ସୃଷ୍ଟି କରିବା ସଙ୍ଗେ ସଙ୍ଗେ ନାରୀ ଜାଗରଣରେ ସହାୟକ ହେବ ବୋଲି କହିଥିଲେ । ପଦାର୍ଥ ବିଜ୍ଞାନର ଅଧ୍ଯାପକ ଦେବେନ୍ଦ୍ର ପଲାଇ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅନୁଷ୍ଠାନର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *