ଉତ୍କଳ ଆଲୁମିନା ହସ୍ପିଟାଲରେ ଖୋଲିଲା ଚକ୍ଷୁ ଚିକିତ୍ସାକେନ୍ଦ୍ର
ରାୟଗଡା ଜ଼ିଲ୍ଲା:( ପ୍ରତିନିଧି ଅମୁଲ୍ୟ ନିଶଙ୍କ) ରାୟଗଡା ଜ଼ିଲ୍ଲା କାଶୀପୁର ବ୍ଳକସ୍ଥିତ ଉତ୍କଳ ଆଲୁମିନାର ଓଷାପଡ଼ାରେଥିବା ଉତ୍କଳ ହସ୍ପିଟାଲରେ ପ୍ରାଥମିକ ଚକ୍ଷୁ ଚିକିତ୍ସା କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଏଲ.ଭି.ପ୍ରସାଦ ଚକ୍ଷୁ ଚିକିଛାଳୟ.ରାୟଗଡା ଏବଂ ମିଶନ ଫର ଭିଜନର ମିଳିତ ପରିଚାଳିତ ଚକ୍ଷୁ ଚିକିତ୍ସାକେନ୍ଦ୍ରକୁ ଉତ୍କଳ ଆଲୁମିନା ୟୁନିଟର ମୁଖ୍ୟ ଏନ ନାଗେଶ.ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଏହି ଚିକିତ୍ସା କେନ୍ଦ୍ରରେ ମାଗଣାରେ ଚକ୍ଷୁ ପରୀକ୍ଷା କରାଯିବ ବୋଲି ସୂଚନା ଦିଆଯାଇଥିଲା।ଚକ୍ଷୁ ପରୀକ୍ଷା ପରେ ଆବଶ୍ୟକ ସ୍ଥଳେ ଲୋକମାନଙ୍କୁ ଉଚିତ ମୂଲ୍ୟରେ ଚଷମା ଯୋଗାଇ ଦିଆଯିବବୋଲି ସୂଚନା ପ୍ରଦାନ କରିଥିଲେ।
ପ୍ରତିଦିନ ସକାଳ ୯ଘଣ୍ଟାରୁ ସନ୍ଧ୍ୟା ୬ଘଣ୍ଟା ପର୍ଯ୍ୟନ୍ତ ଉକ୍ତ କେନ୍ଦ୍ରଟି ଖୋଲା ରହିବା ସହିତ ଲୋକମାନଙ୍କୁ ସେବା ଯୋଗାଇଦିଆଯିବବୋଲି ସୂଚନା ପ୍ରଦାନ କରାଯାଇଥିଲା। ସେହିପରି ଗରିବ ଲୋକମାନଙ୍କୁ ମାଗଣାରେ ଅସ୍ତ୍ରୋପ୍ରଚାର କରାଯିବା ସହିତ ମାଗଣାରେ ଖାଇବାର ବନ୍ଦୋବସ୍ତ କରାଯିବବୋଲି ପ୍ରକାଶ କରିଥିଲେ। ଏହି ଉଦ୍ଘାଟନୀ ଉତ୍ସବରେ ଉତ୍କଳ ଆଲୁମିନାର ଏଚ.ଆର.ଓ ଉତ୍କଳ ଆଲୁମିନା ହସ୍ପିଟାଲ ପକ୍ଷରୁ ଟି.ଏମ.ପ୍ରକାଶ.ଡାକ୍ତର ରବୀନ୍ଦ୍ର ରାୟ ଚୌଧୁରୀ.ଜି ଉମାଶଙ୍କର.ମିଶନ ଫର ଭିଜନର ବରିଷ୍ଠ ପ୍ରବନ୍ଧକ ସୁବ୍ରକାନ୍ତ ଭଟାଚାର୍ଯ୍ୟ.ଅମିତ ମଣ୍ଡଳ.ଦାମୋଦରଙ୍କ ସମେତ ଏଲ.ଭି .ଚକ୍ଷୁ ଚିକିତ୍ସାଳୟର ଉପ ନିର୍ଦେଶକ ନିରଞ୍ଜନ କୁମାର.ରାୟଗଡା କେନ୍ଦ୍ର ପ୍ରସାଶକ ଦୀନେଶ କୁମାର.ଆଡମିନ ମ୍ୟାନେଜର ଦେବାଶିଷ ଦାସ .ପ୍ରମୁଖ ଉକ୍ତ ଅଂଚଳ ବାସୀମାନେ ଯୋଗଦାନ କରିଥିଲେ।