04/24/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ରାୟଗଡ଼ାରେ ଖୋଲିଲା ନୂଆ ଧାନ ମଣ୍ଡି

ରାୟଗଡା ଜ଼ିଲ୍ଲା:(ପ୍ରତନିଧି ଅମୁଲ୍ୟ ନିଶଙ୍କ) ରାୟଗଡ଼ାସ୍ଥିତ ଆରଏମ୍‌ସି ୟାର୍ଡରେ ଶୁକ୍ରବାର ଏକ ନୂଆ ଖରିଫ ଧାନମଣ୍ଡିର ଖୋଲାଯାଇଛି। ଏହି ଅବସରରେ ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ଭାରପ୍ରାପ୍ତ ଜିଲ୍ଲା ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ନାୟକ, ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ସିଏଚ ମୂରଲୀକ୍ରିଷ୍ଣା ରାଓ ଉପଜିଲ୍ଲାପାଳ ପ୍ରମୁଖ ଯୋଗ ଦେଇ ମଣ୍ଡିର ଶୁଭାରମ୍ଭ କରିଥିଲେ।
ଏହାଛଡ଼ା ଜିଲ୍ଲାରେ ଥିବା ୧୧ଟି ବ୍ଲକରେ ୩୯ଟି ମଣ୍ଡି କରାଯାଇ ପ୍ରଥମ ପର୍ଯ୍ୟାୟରେ ୮ଲକ୍ଷ୯୦ହଜାର କୁଇଣ୍ଟାଲ ଧାନ କିଣାଯିବାର ବ୍ୟବସ୍ଥା କରାଯାଇଛି। ଚାଷୀ ଧାନ ଆଣିବାର ୪୮ ଘଣ୍ଟା ମଧ୍ୟରେ ଧାନ ମଣ୍ଡିରୁ ଧାନ ଉଠିବାର ବ୍ୟବସ୍ଥା ରହିଥିବା ବେଳେ ଚାଷୀଙ୍କୁ ଧାନ ବିକ୍ରି କରିବାରେ ତିନିଦିନ ମଧ୍ୟରେ ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି।

ଏହିପରି ଚାଷୀଙ୍କୁ ଧାନ ବିକ୍ରି ନିମନ୍ତେ ଟୋକନ୍ ବ୍ୟବସ୍ଥା ଭୁବନେଶ୍ୱରର ମୁଖ୍ୟ କାର୍ଯ୍ୟାଳୟରୁ କାର୍ଯ୍ୟକାରୀ ହେବ ବୋଲି ଜଣାଯାଇଛି। ସେହପରି ଟୋକେନ ପ୍ରଦାନ ହେବାର ୧୫ ଦିନ ମଧ୍ୟରେ ନିଜର ଧାନ ବିକ୍ରି କରିପାରିବେ ବୋଲି ସୂଚନା ଦିଆଯାଇଥିଲା। ମଣ୍ଡି ଉଦ୍‌ଘାଟନର ପ୍ରଥମ ଦିନରେ ରାୟଗଡ଼ା ଲ୍ୟାମ୍ପସ୍ ପକ୍ଷରୁ ୨ଜଣ ଚାଷୀଙ୍କଠାରୁ ୯୦ କୁଇଣ୍ଟାଲ ଧାନ କିଣାଯାଇଥିବା ସୂଚନା ମିଳିଛି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *