ଚାକିରୀ ଦେବାପାଇଁ କହି ଲକ୍ଷାଧିକ ଟଙ୍କା ଠକିନେଇଥିବା ଅଭିଯୋଗ
କୋରାପୁଟ: କୋରାପୁଟ ଜିଲ୍ଲାରେ SUN SEED AGRO LTD ପ୍ଲଟନମ୍ବର ୧୧୭୭/୧୨ନୟାପଲ୍ଲୀ, ଭୁବନେଶ୍ୱର ଓଡିଶା ନାମରେ ଗୋଟେ ସଂସ୍ଥାର ମେନେଜିଙ୍ଗ ଡାଇରେକ୍ଟର ଭିମସେନ ଭତ୍ରା, ୦୪ ଜାନୁଆରୀ ୨୦୧୯ ତାରିଖରୁ କୋରାପୁଟ ଜିଲ୍ଲାର ବ୍ଲକ,ସହର, ଯୁବକ,ଯୁବତୀ ମାନଙ୍କ ପାଖରୁ ଚାକିରୀ ଦେବା ନାଁ ରେ ପାଞ୍ଚ ହଜାର ଲେଖାଏଁ ଟଙ୍କା ନେଇ ଦୀର୍ଘ ୧୦ମାସ ହେଲା ଭୂଆଁ ବୁଲାଇଚାଲିଛନ୍ତିି। କୋରାପୁଟ ଜିଲ୍ଲା କୋଡିନେଟର ସଂଯୁକ୍ତା ମହାନ୍ତି, ବୋରିଗୁମ୍ମା ବ୍ଲକ କୋଡିନେଟର ତପନ କୁମାର ମହାନ୍ତି, କୋଟପାଡ ବ୍ଲକ କୋଡିନେଟର ବବୁଲ ମହାନ୍ତି, ମାଛକୁଣ୍ଡ , ବୈପାରୀଗୁଡା, ଜୟପୁର, କୋରାପୁଟ, ସେମିଳିଗୁଡା,ନନ୍ଦପୁର,ପଟାଙ୍ଗି,ବନ୍ଧୁ ଗାଁ ଓ ଜିଲ୍ଲାର ଅନ୍ୟ ବ୍ଲକ ପାଇଁ ସଂସ୍ଥାରେ କୋଡିନେଟର ପଦବୀ ପାଇଁ ପ୍ରତ୍ୟେକ ପ୍ରାର୍ଥୀ/ପ୍ରାର୍ଥିନିଙ୍କ ଠାରୁ ପାଞ୍ଚ ହଜାର ଟଙ୍କା ଗ୍ରହଣ କରି ନିଯୁକ୍ତିପତ୍ର ପ୍ରଦାନ କରିଥିଲେ। ଏକ ସପ୍ତାହ ପରେ ଭୁବନେଶ୍ବରକୁ ଡକାଇ ଅଫିସରେ ବୈଠକ କରିଥିଲେ। ବୈଠକରେ କହିଥିଲେ ଜିଲ୍ଲା କୋଡିନେଟର ପାଇଁ ମାସିକ ଦରମା ୨୫୦୦୦ହଜାର ଟଙ୍କା ଓ ବ୍ଲକ୍ କୋଡିନେଟର ପାଇଁ ମାସିକ ଦରମା ୧୫୦୦୦ହଜାର ଟଙ୍କା। ବୈଠକ ପରେ ପ୍ରତ୍ୟେକ ଜିଲ୍ଲାର ପ୍ରାର୍ଥୀ/ପ୍ରାର୍ଥିନୀ ନିଜ ନିଜ ସ୍ଥାନକୁ ଫେରି ଆସିଥିଲେ। ଆଜକୁ ଦଶମାସ ହେଲା ଡାଇରେକ୍ଟର ଭିମସେନ ଭତ୍ରା କାହାର ଫୋନ କଲ ଗ୍ରହଣ କରୁନାହାଁନ୍ତି ଓ ସମସ୍ତ ପ୍ରକାର ଯୋଗାଯୋଗ ବିଛିନ୍ନ କରିଛନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୧୩ ମାସ ହେଲା ଦରମା ନାହିଁ କି ଯୁବକ, ଯୁବତୀଙ୍କ ଠାରୁ ନେଇଥିବା ଟଙ୍କା ଫେରାଉ ନାହାଁନ୍ତି । ସଂସ୍ଥାର ମେନେଜିଙ୍ଗ୍ ଡାଇରେକ୍ଟର ଭୀମସେନ ଭତ୍ରା ଯୁବକ ଯୁବତୀ ମାନଙ୍କୁ ଚାକିରୀଆଳ ଦେଖାଇ ଦିନରେ ଲଣ୍ଠନ ଦେଖାଇ ଟଙ୍କା ଠକି ନେଇଥିବା କୋଡିନେଟରମାନେ କହିଛନ୍ତି। # ଠିକ୍ ସେହିପରି ଆଜକୁ ୧୩ ମାସ ହେଲା ନବରଂଗପୁର ଜିଲ୍ଲାରେ ଜିଲ୍ଲା କୋଡିନେଟର ପଞ୍ଚାନନ ଦାସ, ମାଲକାନଗିରି ଜିଲ୍ଲାରେ ଜିଲ୍ଲା କୋଡିନେଟରବାବୁଲି ନାୟକ,ରାୟଗଡା ଜିଲ୍ଲାରେ ଜିଲ୍ଲା କୋଡିନେଟର ରାଜୀବ ନାୟକ ଓ ଏହି ଜିଲ୍ଲା ମାନଙ୍କରେ ବ୍ଲକ୍ କୋଡିନେଟର ମାନଙ୍କୁ ନିଯୁକ୍ତି ପତ୍ର ଦେଇ ପ୍ରତ୍ୟେକଙ୍କ ଠାରୁ ପାଞ୍ଚ ହଜାର ଟଙ୍କା ନେଇ ସଂସ୍ଥାର ମେନେଜିଙ୍ଗ୍ ଡାଇରେକ୍ଟର ଭିମସେନ ଭତ୍ରା ଭୂବନେଶ୍ୱରରେ ବସିଛନ୍ତି। ଅବିଭକ୍ତ କୋରାପୁଟ ଜିଲ୍ଲା ଭଳି ପଛୁଆ ଅଞ୍ଚଳରେ କିଛି ବିକାଶ ମୁଳକ କାର୍ଯ୍ୟ କରିବାର ଆଶା ଦେଖାଇ ନିରୀହ ବେକାର ଯୁବକ ଯୁବତୀଙ୍କୁ ଠକେଇ କରାଯାଇଛି ବୋଲି ସାଧାରଣରେ ଚର୍ଚ୍ଚା ଯୋରଧରିଛି।