04/24/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ନାଗରିକତା (ସଂଶୋଧନ) ଆଇନ-୨୦୧୯ ବିଷୟରେ ରାୟଗଡା ଜ଼ିଲ୍ଲା ବି ଜେ ପି ତରଫରୁ ବିସ୍ତୃତ ସୂଚନା ପାଇଁ ଆଲୋଚନା

ରାୟଗଡଜ଼ିଲ୍ଲା:(ପ୍ରତିନିଧି ଅମୁଲ୍ୟ ନିଶଙ୍କ) ରାଜ୍ୟ ବିଜେପି ନିଷ୍ପତି କ୍ରମେ ରାୟଗଡ ଜିଲ୍ଳା ଭାରତୀୟ ଜନତା ପାର୍ଟି (ବିଜେପି) ତରଫରୁ ଶୁକ୍ରବାର ଦିନ ରାୟଗଡ ଠାରେ ଥିବା ସ୍ଥାନୀୟ ଅଶୋକ ହୋଟେଲ ସମ୍ମିଳନୀ କକ୍ଷଠାରେ ନାଗରିକତା ସଂଶୋଧନ ଆଇନ-୨୦୧୯ ସମ୍ବନ୍ଧିତ ବିସ୍ତୃତ ଆଲୋଚନା ଅନୁଷ୍ଠିତ ହୋଇଯାଇଛି ।

ରାୟଗଡ ଜିଲ୍ଳା ସଭାପତି ଶିବ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ନବରଙ୍ଗପୁର ପୂର୍ବତନ ସାଂସଦ ବଳଭଦ୍ର ମାଝି, ରାଜ୍ୟ ବିଜେପି ସାଧାରଣ ସଂପାଦକ ଶିଶିର ଗମାଙ୍ଗ ଯୋଗ ଦେଇଥିବା ବେଳେ ଜିଲ୍ଳା ସଂଯୋଜକ ବସନ୍ତ କୁମାର ଉଲାକା, ଜିଲ୍ଳା ପରିଷଦ ସଭ୍ୟ ରାମପ୍ରସାଦ ବେହେରା, ହରେକୃଷ୍ଣ ପାଢୀ, ପୂର୍ବତନ ଜିଲ୍ଳା ସଭାପତି ତପନ ତପୋଦାର, ହରେକୃଷ୍ଣ ପାଢୀ, ଲକ୍ଷ୍ମଣ ପଲେଇ, ପୂର୍ବତନ ଉପସଭାପତି ତଥା ବରିଷ୍ଠ ସାମ୍ବାଦିକ ନୃସିଂହନାଥ ପାଢୀ, ପୂର୍ବତନ ସାଧାରଣ ସଂପାଦକ ଭାସ୍କର ଚନ୍ଦ୍ର ପଣ୍ଡା, ପୂୂର୍ବତନ ଉପସଭାପତି ହଳଧର ମିଶ୍ର, ଗୈାରି ମାଣ୍ଡାଙ୍ଗି, ରଂଜନା ଉପାଧ୍ୟୟ, ମୋଇନା ଆଚାର୍ଯ୍ୟଙ୍କ ସମେତ ସମସ୍ତ ବିଜେପି କାର୍ଯ୍ୟକର୍ତା ତଥା ର୍ପୂବତନ ମଣ୍ଡଳ ସଭାପତି, ଜିଲ୍ଳା ପଦାଧିକାରୀ, ନିର୍ବାଚିତ ପଦାଧିକାରୀ, ଜିଲ୍ଳା ପରିଷଦ ପ୍ରାର୍ଥୀ ଏବଂ ପ୍ରତ୍ୟେକ ମଣ୍ଡଳର ସକ୍ରିୟ କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ରହିଥିଲେ ।

ଏହି ବୈଠକରେ ଜିଲ୍ଳା ସଭାପତି ଭାବେ ନୂତନ ଦାୟିତ୍ୱ ଗ୍ରହଣ କରିଥିବା ଶିବ ପଟ୍ଟନାୟକଙ୍କୁ ପ୍ରଥେମ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ରାୟଗଡ ଜିଲ୍ଳାରେ ବିଜେପି ଦଳର ସ୍ଥିତିକୁ ଆହୁରି ସୁଦୃଢ କରିବା ପାଇଁ ତୃଣମୂଳ ସ୍ତରରୁ ସମସ୍ତ ବିଜେପି କାର୍ଯ୍ୟକର୍ତାମାନେ ସହଯୋଗ କରିବା ସହ ମୋଦି ସରକାରଙ୍କ ସମସ୍ତ ସଫଳ ରୂପାୟନ ଯୋଜନାଗୁଡିକ ବିଷୟରେ ଆଲୋଚନା କରାଯାଇଥିଲା । ନାଗରିକତା (ସଂଶୋଧାନ)ଆଇନ (ସିଏଏ)୨୦୧୯ ଜରିଆରେ ଆଫଗାନିସ୍ଥାନ, ବାଂଲାଦେଶ ଓ ପାକିସ୍ଥାନ ତିନୋଟି ନିର୍ଦ୍ଧିଷ୍ଟ ଦେଶରୁ ଧର୍ମ ଆଧାରରେ ଉତ୍ପୀଡନର ଶୀକାର ହୋଇ ଭାରତରେ ଶରଣ ନେଇଥିବା ୬ଟି ସଂଖ୍ୟାଲଘୁ ସମୁଦାୟ ଭାରତୀୟ ନାଗରିକତା ପାଇଁ ଆବେଦନ କରିବାର
ବ୍ୟବସ୍ଥା ରଖାଯାଇଥିବା ବେଳେ କିଛି ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ଏହା ବିପକ୍ଷରେ ଯାଇ ଭାରତରୁ ମୁସଲମାନଙ୍କୁ ତଡି ଦିଆଯିବା ପାଇଁ ଷଡଯନ୍ତ୍ର ଚାଲିଛି ବୋଲି ମିଥ୍ୟା ପ୍ରଚାର ତଥା ଲୋକଙ୍କୁ ବିଭ୍ରାନ୍ତ କରି ଦେଶର ବିଭିନ୍ନ ସ୍ଥାନରେ ଦଙ୍ଗା, ଆନ୍ଦୋଳନ ସହ ଧନ ସଂପତି ନଷ୍ଟ କରୁଥିବାରୁ ଭଳି ସ୍ଥିତି ଉପୁଜାଉଥିବାରୁ ସମସ୍ତ ନାଗରିକ ଏହି ନାଗରିକତା ଆଇନ ସମ୍ବନ୍ଧରେ ଠିକ୍ ଭାବେ ବୁଝିବା ପାଇଁ ଗଣମାଧ୍ୟମ ଜରିଆରେ ଲୋକଙ୍କୁ ସଚେତନ କରାଯାଉଛି ବୋଲି ପୂର୍ବତନ ସାଂସଦ ଶ୍ରୀ ମାଝି ପ୍ରକାଶ କରିଛନ୍ତି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *