ଆବାସିକ ବିଦ୍ୟାଳୟ:ଆଶୀର୍ବାଦ ନା ଅଭିଶାପ
ଅବିଭକ୍ତ କୋରାପୁଟ(ସଖପ୍ର) ଗ୍ରାମର ଏକ ଗଛ ମୂଳ। ପଥର ଉପରେ ବସି ଦୁଇ ସାଙ୍ଗ ବସି ୫ ବର୍ଷ ବୟସରେ, ତାଙ୍କ ବିଦ୍ୟାଳୟରେ ପ୍ରଥମ ଦିନ ବିଷୟରେ ଭାବୁଥାନ୍ତି। ବର୍ତ୍ତମାନ ଦୁହେଁକ ବୟସ ପ୍ରାୟ ୧୫ ବର୍ଷ ହେବ।ଦୁହେଁ ବିଦ୍ୟାଳୟକୁ ଯିବାକୁ କହିବା ମାତ୍ରେ ପରିବାର ଲୋକେ ମନା କରି ଦେଇଥିଲେ, କାରଣ ଝିଅ ମାନଙ୍କୁ ବିଦ୍ୟାଳୟରେ ସୁରକ୍ଷିତ ମନେ କରୁନଥିଲେ ପରିବାର। ଛାତ୍ରୀ ମାନଙ୍କ ଭାଇ ଏବଂ ଗ୍ରାମର ଅନ୍ୟ ଛାତ୍ର ମାନଙ୍କ ଠାରୁ ବିଦ୍ୟାଳୟ ରେ ପଢିବା ଏବଂ ଶିକ୍ଷାର ଉପକାରିତା ବିଷୟରେ ଆଲୋଚନା କରିବା ଦେଖି ମନକୁ ଭାରି କଷ୍ଟ ଲାଗୁଥାଏ। ହେଲେ ସେହି ଗ୍ରାମର ଆଶ୍ରମ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଜଣେ ମହିଳାଙ୍କ ସାହାଯ୍ୟ ପରେ ସେମାନେ ବିଦ୍ୟାଳୟରେ ସ୍ତାନ ପାଇବାରେ ସଫଳ ହଇଥିଲେ। ପରେ ବହୁ କଷ୍ଟରେ ପରିବାର ଲୋକଙ୍କୁ ମନେଇବାରେ ସଫଳ ହେଲେ। ଆଉ କିଛି ମାସ ଗଲେ ସେମାନେ ମାଟ୍ରିକ ପରୀକ୍ଷା ଦେବେ।ଦଶହରା ଛୁଟିରେ ଘରକୁ ଯାଇଥିଲେ ଏବଂ ଗଛ ତଳେ ବସି ୯ ବର୍ଷ ତଳର ସ୍ମୃତି ମନେ ପକାଉଛନ୍ତି।ମୁହଁରେ ଥାଏ ଅତ୍ମୋବିଶ୍ୱାସ ରେ ପରିପୂର୍ଣ୍ଣ ମୁରୁକି ହସ।
ହେଲେ ଏହି ସ୍ଥାନରୁ ପ୍ରାୟ ୧୮୦ କି.ମି.ଦୂରରେ ଗୋଟିଏ ମାଁଙ୍କ ଆଖିରେ ଲୁହ।କାରଣ ତାଙ୍କ ଝିଅର ଗୋଟିଏ ଆଶ୍ରମ ବିଦ୍ୟାଳୟରେ ମୃତ ଦେହ ମିଳିଥିଲା। ବିଦ୍ୟାଳୟଟି ହେଲା ମାଲକାନଗିରି ଜିଲ୍ଲାର ଶିଖପାଲ୍ଲା ଆବାସିକ ବିଦ୍ୟାଳୟ। ନିଜ ଶାଢ଼ୀ ପଲୁରେ ଲୁହ ଭରା ଆଖି ପୁଛି ପୁଛି କହନ୍ତି, ଆମେତ ଝିଅର ଉଜ୍ୱଳ ଭବିଷ୍ୟତ କଥା ଚିନ୍ତା କରିଥିଲୁ।ମାଲକାନଗିରି ପୁଲିସଙ୍କ କହିବା ଅନୁଯାୟୀ ଝିଅଟି ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଦ୍ୱାରା ଦୁସ୍କର୍ମ ର ଶିକାର ହୋଇଥିବା ପରେ ଆତ୍ମହତ୍ୟା କରିଥିଲେ। ପ୍ରଧାନ ଶିକ୍ଷକ ପୁଲିସ ଦ୍ୱାରା ଗିରଫ ହେଲେ ହେଲେ ସେ ସମୟରେ ବେଲରେ ମୁକୁଳିଗଲେ। ପରିବାର ଵର୍ଗ ସେହି ଘଟଣାକୁ ଆତ୍ମହତ୍ୟା ନାହିଁ ହତ୍ୟା ବୋଲି ଅଭିଯୋଗ କରିଥିଲେ।
ମାଲକାନଗିରି ଜିଲ୍ଲାରେ ଏମିତି ଘଟଣା ସୀମିତ ହୋଇ ରହିନଥିଲା। କିଛି ମାସ ପରେ କାଲିମେଳା ବ୍ଲକ ତାଣ୍ଡବାଇ ଉନ୍ନିତ ମଧ୍ୟଇଂରାଜି ବିଦ୍ୟାଳୟ ର ଛାତ୍ରମାନେ ହଷ୍ଟେଲ ଛାଡିବା ଲାଗି ଧମକ ଦେଇଥିଲେ।କାରଣ ଥିଲା ହଷ୍ଟେଲ ରେ ଦିଆ ଯାଉଥିବା ନିମ୍ନମାନର ଖାଦ୍ୟ।ରାତିରେ କୌଣସି ଶିକ୍ଷକ ପାଖରେ ନ ରହିବା ମଧ୍ୟ ଏକ କାରଣ ଥିଲା।
କୋରାପୁଟ ଜ଼ୀଲ୍ଲା, ନନ୍ଦପୁର ବ୍ଲକର ବାଲଡା ସ୍କୁଲରେ ପ୍ରଧାନ ଶିକ୍ଷକ ଦ୍ୱାରା ଦୁସ୍କୋର୍ମ ର ଶିକାର ହୋଇ ଛାତ୍ରୀ ଜଣକ ଗର୍ଭବତୀ ହୋଇଥିଲେ।ଏହାପରେ ପିଡ଼ିତା ଜଣକ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ପ୍ରଧାନ ଶିକ୍ଷକ ବିଧୁଭୂଷଣ ନାୟକ ବର୍ତ୍ତମାନ ଜେଲରେ।
ଲଷ୍ମୀପୁର ବ୍ଲକର ବୁର୍ଜା ସେବାଶ୍ରମ ର ଦୁଇଜଣ ଦ୍ବିତୀୟ ଶ୍ରେଣୀ ଛାତ୍ରଙ୍କୁ ଲଷ୍ମୀପୁର ସ୍ଥିତ ବଜାରରେ ଉଦ୍ଧାର କରିଥିଲେ ସ୍ଥାନୀୟ ପୁଲିସ।
କୋଟପାଡ଼ ବ୍ଲକର ଚିତ୍ରା ଆଶ୍ରମ ବିଦ୍ୟାଳୟର ଦୁଇ ଛାତ୍ରୀଙ୍କ ଜାପାନିସ ଏନସେଫାଲାଇଟିସ ଜ୍ଵର ରେ ମୃତ୍ୟୁ ହେବା ଘଟଣା ପୁରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା।ଏହାପରେ ଏହି ଜ୍ଵର ମାଲକାନଗିରି ଜିଲ୍ଲାରେ ଅନେକ ଶିଶୁଙ୍କ ଜୀବନ ନେଇଥିଲା।କୋଟପାଡ଼ ବ୍ଲକର ଗୋଟିଏ ଆବାସିକ ବିଦ୍ୟାଳୟରେ କିଛି ଛାତ୍ରୀଙ୍କ ଜୀବନ ଯାଇଥିବା ଆଲୋଚନା ହେଉଛି।ହେଲେ ଆର୍ଥିକ ବଳରେ ଛାତ୍ରୀ ମାନଙ୍କ ଜୀବନ ତାଙ୍କ ଘରେ ଯାଇଥିବା କହି ଘଟଣାକୁ ଚପାଇ ଦିଆଯାଇ ଥିବା ଆଲୋଚନା ହେଉଛି। ଭିଜିଲାନ୍ସ ଏହାର ତଦନ୍ତ କଲେ ପ୍ରକୃତ ଘଟଣା ଲୋକଲୋଚନ କୁ ଆସିପାରିଥାନ୍ତା ।
କିଛି ମାସ ତଳେ ରାୟଗଡା ଜିଲ୍ଲାର କୋଲନରା ବ୍ଲକ ରୋବାଡୀ ବାଳିକା ଉଛବିଦ୍ୟାଳୟ ହେଉ କିମ୍ବା କାଶୀପୁର ବ୍ଲକ ଗୋଡିବାଲି ଉନ୍ନୀତ ଉଛବିଦ୍ୟାଳୟ ଲୋକଲୋଚନ କୁ ଆସିଥିଲା। ହଷ୍ଟେଲର ଅନିୟମିତତା ର ଏକ ଭିଡ଼ିଓ ଭାଇରଲ ହେଇଥିଲା,ଯେଉଁଥିରେ ପିଲାଏ ନିଜେ ରୋସୋଇ କରି ଖାଉଥିବା ଦେଖିବାକୁ ମିଳିଥିଲା।
ଯେତେବେଳେ ଅଭିଭକ୍ତ କୋରାପୁଟ ଜିଲ୍ଲାର ତିନି ଜ଼ୀଲ୍ଲା କୋରାପୁଟ, ରାୟଗଡା, ମାଲକାନଗିରି ଜିଲ୍ଲାର ଆବାସିକ ବିଦ୍ୟାଳୟ ମାନଙ୍କରେ ହେଉଥିବା ଅନିୟମିତତା ପଦାରେ ପଡି ହାଟରେ ଗଡୁଛି, ସେଥିରୁ ଚତୁର୍ଥ ଜ଼ୀଲ୍ଲା ନବରଙ୍ଗପୁର କେମିତି ବର୍ତୀଥାନ୍ତା ।
ବିଗତ ଦିନରେ ନବରଙ୍ଗପୁର ଜ଼ୀଲ୍ଳା ,କୋଷାଗୁମୁଡ଼ା ବ୍ଲକର ବଡ଼ଆମଡା ଆଶ୍ରମ ବିଦ୍ୟାଳୟର କେଳେଙ୍କାରୀ କାହାଠାରୁ ଅଛୁପା ନୁହଁ। ପୁଣି ରାଇଘର ବ୍ଲକ,ରାଜାପୁଟି ଆଶ୍ରମ ବିଦ୍ୟାଳୟର ଜଣେ ଆଠ ବର୍ଷର ଛାତ୍ର, ପ୍ରଧାନ ଶିକ୍ଷକଙ୍କ ଅବହେଳା ଯୋଗୁଁ ଛାତ୍ରାବାସ ରୁ ବାହାରି ଯାଇଥିଲା । ୨୫ କି.ମି. ଚାଲିବା ପରେ ଗୋଟିଏ ଅଚିହ୍ନା ଗ୍ରାମରେ ରାତି କଟାଇ ତା ପରଦିନ ଛୁଆଟି ନିଜ ଘରେ ପହଞ୍ଚିଥିଲା।ଛାତ୍ର ଜଣକ ହଷ୍ଟେଲରୁ ବାହାରି ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ତାଙ୍କ ପରିବାର ଲୋକେ ଏ ସମ୍ପର୍କରେ ଅବଗତ ନଥିଲେ।ଏଥିରୁ ପ୍ରଧାନ ଶିକ୍ଷକ ସାରଙ୍କ ଦାୟିତ୍ୱହୀନତା ପ୍ରତିଫଳିତ ହେଉଛି।
ନବରଙ୍ଗପୁର ବ୍ଲକର ବେତାଲ ସେବାଶ୍ରମ ରେ ଗତ ୧୯ ତାରିଖରେ କିଛି ଝିଅଙ୍କୁ ଜ଼ୀଲ୍ଲା ମୁଖ୍ୟ ଚିକତ୍ସାଳୟ ରେ ଭର୍ତି କରାଯାଇ ଥିଲା । ସେହି ଦିନ ସନ୍ଧ୍ୟା ସେବାଶ୍ରମ ରେ ଚୁଡା ଖାଇବା ପରେ ଝାଡା ବାନ୍ତି ରେ ଆକ୍ରାନ୍ତ ହେଇଥିବା ସୂଚନା ମିଳିଛି। ବିଦ୍ୟାଳୟ କର୍ତ୍ତୁପକ୍ଷ ୭ ଜଣଙ୍କ ନାମ ଉଲେଖ କରୁଥିବା ବେଳେ, ପ୍ରକୃତ ସଂଖ୍ୟା ଢ଼େର ଅଧିକ ଥିବା ସ୍ଥାନୀୟ ନେତା କହିଛନ୍ତି,ଯାହାର ସାକ୍ଷ୍ୟ ଆମ ପାଖରେ ଅଛି।
ଆମ କାର୍ଯ୍ୟାଳୟ ପକ୍ଷରୁ ସତ୍ୟତା ଜାଣିବା ପାଇଁ ପ୍ରଧାନ ଶିକ୍ଷକ, ବ୍ଲକ ଏବଂ ଜ଼ୀଲ୍ଲା ମଙ୍ଗଳ ଅଧିକାରୀ ଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ।ହେଲେ ସମସ୍ତଙ୍କ ମୋବାଇଲ ବନ୍ଦ ରହିଥିଲା।ଶେଷରେ ନବରଙ୍ଗପୁର ଜ଼ୀଲ୍ଲାପାଳ ଙ୍କୁ ଅବଗତ କରାଇବା ଆମେ ଉଚିତ ମନେ କଲୁ।ହେଲେ ଜ଼ୀଲ୍ଲାପାଳ ଘଟଣା ସମ୍ପର୍କରେ ଅବଗତ ନଥିବା ପ୍ରକାଶ କରିଥିଲେ,ତଥା ଖୁବ ଶୀଘ୍ର ଅନୁସନ୍ଧାନ କରି ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଥିଲେ।
ଏହାପରେ ଏକ ଦାୟିତ୍ୱବାନ ପ୍ରଶାସନିକ ଅଧିକାରୀ ଙ୍କ ଭଳି ତୁରନ୍ତ ପଦକ୍ଷେପ ନେଲେ, ଯାହାଦ୍ୱାରା ଛୁଆ ମାନେ ସୁସ୍ଥ ହୋଇ ହଷ୍ଟେଲ କୁ ଫେରିଲେ। ଏଠି ପ୍ରଶ୍ନ ଉଠୁଛି, ଏତେ ବଡ ଘଟଣା ଘଟିଗଲା, ହେଲେ ଜ଼ୀଲ୍ଲାପାଳଙ୍କୁ ଅବଗତ କରାଇବା ଉଚିତ ମନେ କଲେନି ମଙ୍ଗଳ ବିଭାଗ। ଗଣମାଧ୍ୟମ ପ୍ରତିନିଧି ଖବର ପାଇ ଜ଼ୀଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଯାଇଥିବା ସମୟରେ, ପ୍ରଧାନ ଶିକ୍ଷକଙ୍କ ଦୃବ୍ୟବହାର ର ଶିକାର ହେବାର ଦେଖିବାକୁ ମିଳିଥିଲା। ପ୍ରଧାନ ଶିକ୍ଷକ ଜଣେ ସାମ୍ବାଦିକ ର ବୁମ ତାଡି ଦେବାର ଦେଖିବାକୁ ମିଳିଥିଲା।
ନବରଙ୍ଗପୁର ଜ଼ୀଲ୍ଲାପାଳ ଅନୁସନ୍ଧାନ କରି ପୂର୍ବରୁ ଅନେକ ଘଟଣା ଉପରେ ଦୃଡ଼ତାର ସହ କାର୍ଯ୍ୟାନୁଷ୍ଠାନ ନେବା ହେତୁ ଜ଼ୀଲ୍ଲାବାସି ଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛନ୍ତି।ତାଙ୍କ ଜ଼ୀଲ୍ଳାରେ ଆବାସିକ ବିଦ୍ୟାଳୟ ମାନଙ୍କରେ ହେଉଥିବା ଅନିୟମିତତା ର ଅନୁସନ୍ଧାନ କରି ଦୃଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ବୁଦ୍ଧିଜୀବି ମହଲ ଆଶା ବାନ୍ଧିଥିବା ଦେଖିବାକୁ ମିଳିଛି।କାରଣ କିଛି ଶିକ୍ଷକ ମାନଙ୍କ ପାଇଁ ପୁରା ଶିକ୍ଷକ ସମାଜ ବଦନାମ ହେବାର ଲାଗିଛି।