ସ୍ୱତନ୍ତ୍ର ଆଦିବାସୀ ଵିକାଶ ପରିଷଦର ଅଧ୍ୟକ୍ଷଙ୍କ ଧାନମଣ୍ଡି ପରିଦର୍ଶନ…
ମାଲକାନଗିରି :ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ମଣ୍ଡି ଖୋଲା ଯାଇଛି |କେତେକ ଚାଷୀ ଟୋକେନ ବ୍ୟବସ୍ଥାକୁ ନାପସନ୍ଦ କରିଛନ୍ତି ଓ କେତେକ ସ୍ଥାନରେ ଚାଷୀମାନେ ମଣ୍ଡିକୁ ଧାନ ଆଣିନାହାନ୍ତି |ମାଲକାନଗିରି ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ ମାନସ ମାଡକାମୀ ଜିଲ୍ଲାର ବିଭିନ୍ନ ଅଂଚଳର ମଣ୍ଡିକୁ ଯାଇ ସେଠାକାର ଚାଷୀଙ୍କ ସୁବିଧା ଅସୁବିଧା ବୁଝୁଛନ୍ତି |ଏହି ମର୍ମରେ ସେ ଗୁମକା, ଏମ ପି ଭି -୭, ଏମ ଭି -୭ ୯ ଓ ସଲମାର କୋଣ୍ଡା ଆଦି ଅଂଚଳର ମଣ୍ଡି ପରିଦର୍ଶନରେ ଯାଇଥିଲେ |ସେଠାକାର ଚାଷୀଙ୍କୁ ଟୋକେନର ସୁବିଧା ବିଷୟରେ ବୁଝାଇଥିଲେ |ତାଙ୍କର ଅଭିଯୋଗଗୁଡିକୁ ପ୍ରଶାସନ ପାଖରେ ପହଂଚାଇବି ବୋଲି ପ୍ରତିଶୃତି ଦେଇଥିଲେ |
ମାଲକାନଗିରିରୁ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ