ବାଲି ଓ ମୁରୁମ ବୋଝେଇ ୨ ଟି ଟ୍ରକ ଓ ଗୋଟିଏ ଟ୍ରାକ୍ଟର ଜବତ…
ମାଲକାନଗିରି :ମାଲକାନଗିରି ଜିଲ୍ଲାରେ ବେଆଇନ ଭାବେ ବାଲି ଓ ମୁରୁମ ଚାଲାଣ କରାଯାଉଛି |ଏହାଦ୍ୱରା ସରକାରଙ୍କ ବହୁତ ରାଜସ୍ବ ହାନି ହେଉଛି |ଏଥିପାଇଁ ମାଲକାନଗିରି ତହସିଲ ତରଫରୁ ଏକ ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ଼ ଗଠନ କରାଯାଇଥିଲା |ବିଭିନ୍ନ ଠିକାଦାରମନେ ଚାଲାଣ ନ କାଟି ମାଲକାନଗିରି ତହସିଲ ଅଂଚଳର ବିଭିନ୍ନ ସ୍ଥାନରୁ ବାଲି ଓ ମୁରୁମ ଉଠାଇ ନିଜର କାମରେ ଲଗାଉଥିଲେ |ଏହିପରି ଚୋରାଚାଲାଣର ଖବର ପାଇ ଚାଲାଣଗୁଡା ରୁ ମାଲକାନଗିରି ଅଭିମୁଖେ ଆସୁଥିବା ବାଲି ଓ ମୁରୁମ ବୋଝେଇ ୨ ଟି ଟ୍ରକ ଓ ଗୋଟିଏ ଟ୍ରାକ୍ଟର କୁ ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ଼ ଧରି ଜବତ କରିଛନ୍ତି |ଏପରି ହେବା ଦ୍ୱାରା ଚୋରାଚାଲାଣକାରୀ ଙ୍କ ମନରେ ଛନକା ପଶିଛି |
ମାଲକାନଗିରିରୁ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ