ଶ୍ୱାସଫାଉଣ୍ଡେସନ ପକ୍ଷରୁ ୨୦୧୧ ଆକ୍ରମଣରେ ପ୍ରାଣ ହରାଇଥିବା ବୀର ଯବାନ ମାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ସାଲେପୁର: (ଏନ୍ ପୁରୁଷୋତ୍ତମ ରେଡି): ଶ୍ୱାସଫାଉଣ୍ଡେସନ ପକ୍ଷରୁ ୨୬/୧୧ ଆକ୍ରମଣରେ ପ୍ରାଣ ହରାଇଥିବା ବିର ଯବାନ ମାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ବିଶ୍ୱାସଫାଉଣ୍ଡେସନ କାର୍ଯ୍ୟାଳୟରେ ମୁମ୍ବାଇର ହୋଟେଲ ତାଜରେ ୨୬/୧୧ରେ ହୋଇଥିବା ଆକ୍ରମଣରେ ପ୍ରାଣହରାଇଥିବା ବୀର ଯବାନ ଏବଂ ସାଧାରଣ ଲୋକ ମାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ ନୀରବ ପାର୍ଥନା କରାଯାଇଥିଲା।
ବିଜୁଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଭାରତୀୟ ଛାତ୍ର ସଂସଦର ରାଜ୍ୟ ସଂଯୋଜକ ଇଂ ତବରେଜ ଖାଁ ଙ୍କ ନେତୃତ୍ୱ ରେ ଏହି କାର୍ୟ୍ୟକ୍ରମ ଅନୁଷ୍ଟିତ ହୋଇଥିଲା ।ଏଥିରେ ବିଶ୍ୱାସଫାଉଣ୍ଡେସନର ଉପଦେଷ୍ଟା କୀର୍ତ୍ତିଭୂଷଣ ପାତ୍ର, ସଭାପତି ଆଶୀଷ ଶର୍ମା,ଉପ ସଭାପତି ଅଭିଷେକ ମଙ୍ଗରାଜ,ସାଧାରଣ ସମ୍ପାଦକ ଆଶୁତୋଷ ଜେନା,ଅଭିଜିତ ପଣ୍ଡା,କଲ୍ୟାଣ ଦାସ,ସାଇ ସତ୍ୟପ୍ରକାଶମିଶ୍ର,ସାହିଲରଞ୍ଜନ ଜେନା,ସତ୍ୟଜିତ ବାରିକ,ବିଶ୍ୱରଞ୍ଜନ ବେହୁରିଆ,ତ୍ରିଦେଵ ସ୍ୱାଇଁ,ସ୍ୱାଗତ ପଣ୍ଡା,ସୋୟମ ସେନାପତି,ଜୟପ୍ରକାଶ ସାହୁ,ସୁବ୍ରହଜିତ ସେଠୀଏହି କାର୍ୟ୍ୟକ୍ରମରେ ଯୋଗଦେଇ କାର୍ୟ୍ୟକ୍ରମ କୁ ସୁଚାର ରୂପେ ତୁଲାଇଥିଲେ।ଶେଷରେ ସୁଶୀଲ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।