01/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ସାଲେପୁର ଅଞ୍ଚଳରେ ଯାନ୍ତ୍ରୀକ ତୃଟି ଯୋଗୁଁ ସେବା ଯୋଗାଇ ପାରୁ ନାହିଁ ବି ଏସ୍ ଏନ୍ ଏଲ୍

ସାଲେପୁର :ଏନ୍ ପୁରୁଷୋତ୍ତମ ରେଡି:(ନିପ୍ର):ସାଲେପୁର ଅଞ୍ଚଳରେ ଦୀର୍ଘ ଦେଢମାସ ହେବ ବି ଏସ୍ ଏନ୍ ଏଲ୍ ସେବା ବାଧାପ୍ରାପ୍ତ ହୋଇଛି । ସାଲେପୁର ସ୍ଥିତି ରାମେଶ୍ବର ପଞ୍ଚାୟତର ଦୁର୍ଗାପୁର ବି ଏସ୍ ଏନ୍ ଏଲ୍ ଅଫିସ୍ ରେ ମଧ୍ୟ କେହି ଲାଈନ୍ ମେନ୍ ନାହାନ୍ତି । ଦୀର୍ଘ ଦିନ ଧରି ଏଠାରେ ଜଣେ ଦୈନିକ ମଯୁରୀୟାଙ୍କ ଦ୍ଵାରା ଏହି ବି ଏସ୍ ଏନ୍ ଏଲ୍ ଏକ୍ସଚେଞ୍ଜ ଚାଲୁଥିବା ଜଣାପଡିଛି ।

ଖାଲି ସେତିକି ନୁହେଁ ଗତ ଫଣି ବାତ୍ଯା ଠାରୁ ସାଲେପୁର ଅଞ୍ଚଳରେ ଗ୍ରାହକ ମାନେ ପାଈପାରୁନାହାନ୍ତି ବି ଏସ୍ ଏନ୍ ଏଲ୍ ସେବା । ଅଧିକାଂଶ ସମୟରେ ସେବା ଠିକ୍ ସେ ନ ଜୋଗାଈ ଫି ଆଦାୟ କରୁଥିବାର ମଧ୍ୟ ଅଭିଯୋଗ ହୋଇଛି । ଏନେଇ ସାଲେପୁର ଠାରେ ଥିବା ବି ଏସ୍ ଏନ୍ ଏଲ୍ ର ବରିଷ୍ଠ ଅଧିକାରୀଙ୍କୁ ସ୍ଥାନୀୟ ରାମକୃଷ୍ନପୁର ଗ୍ରାମର ଭାବଗ୍ରାହି ପଣ୍ଡା ଲିଖିତ ଭାବେ ଜଣାଇଥିଲେ ମଧ୍ୟ କୌଣସି ପ୍ରତିକାର କରାଯାଇନାହିଁ । ତୁରନ୍ତ ଏହି ଅଞ୍ଚଳରେ ବି ଏସ୍ ଏନ୍ ଏଲ୍ ସେବା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *