01/16/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଡିସେମ୍ବର ୨୦ରୁ କେନ୍ଦୁଝରରେ ଗୋନାସିକା ମହୋତ୍ସବ

କେନ୍ଦୁଝର: ସବୁ ବର୍ଷ ପରି କେନ୍ଦୁଝର ଜିଲ୍ଲା ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଆସନ୍ତା ଡିସେମ୍ବର ୨୦ ତାରିଖରୁ ଆରମ୍ଭ ହୋଇ ୨୬ ତାରିଖ ପର୍ଯ୍ୟନ୍ତ ଏହି ଗୋନାସିକା ମହୋତ୍ସବ ଅନୁଷ୍ଠିତ ହେବ ବୋଲି ପ୍ରଶାସନ ସ୍ଥିର କରିଛି ।

ସ୍ଥାନୀୟ କାଳୀ ପଡିଆରେ ହେବାକୁ ଥିବା ମହୋତ୍ସବ ସହ ପଲ୍ଲୀଶ୍ରୀ ମେଳା ହେବ । ଏନେଇ ଶୁକ୍ରବାର ସ୍ଥାନୀୟ ଦରବାର ହଲ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ସାତ ଦିନ ଧରି ହେବାକୁ ଥିବା ଗୋନାସିକା କେନ୍ଦୁଝର ମହୋତ୍ସବରେ ସମସ୍ତ ସ୍ଥାନୀୟ କଳାକାର ସାଙ୍ଗକୁ ସ୍ବୟଂସହାୟକ ଗୋଷ୍ଠୀକୁ ପ୍ରାଥମିକତା ଦେବାକୁ ନିଷ୍ପତ୍ତି ହୋଇଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *