02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ନବମ ଶ୍ରେଣୀ ଛାତ୍ରଙ୍କ ‘ସୋଲାର ସାଇକେଲ’ ଘଣ୍ଟାପ୍ରତି ଗଡୁଛି ୩୦ କିଲୋମିଟର

ଆନନ୍ଦପୁର: ତୁଳସୀ ଦୁଇ ପତ୍ରରୁ ବାସେ, ଉକ୍ତିଟିକୁ ସମସ୍ତେ ଜାଣିଥିଲେ ମଧ୍ୟ ସାର୍ଥକ କରି ଦେଖାନ୍ତି ଅଳ୍ପ କିଛି । ତୃତୀୟ ଶ୍ରେଣୀରୁ ଡିଜେ ଗାଡି ନିର୍ମାଣ କରି ପ୍ରଶଂସା ସାଉଁଟିଥିଲେ ଓ ବର୍ତ୍ତମାନ ସୌରଶକ୍ତିରେ ଚାଲୁଥିବା ସାଇକେଲ ନିର୍ମାଣ କରି ଜିଲ୍ଲାର ଗର୍ବ ସାଜିଛନ୍ତି ନବମ ଶ୍ରେଣୀ ଛାତ୍ର ବିଶ୍ବବନ୍ଧୁ । ପାଣି, ପବନ, ସୌରଶକ୍ତି ଓ ବ୍ୟାଟେରୀ ସଂଯୋଗରେ ନିର୍ମାଣ ହୋଇଛି ସାଇକେଲ ।

ଏପରି ଅଭିନବ ସାଇକେଲ ନିର୍ମାଣ କରିଛନ୍ତି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ତରିମୂଳ ଗାଁର କୁନି ବୈଜ୍ଞାନିକ ବିଶ୍ବବନ୍ଧୁ ଓଝା । ପାଣି ଟର୍ବାଇନ୍ ଯୋଗେ 12 ଭୋଲ୍ଟ, ସୋଲାର ପ୍ୟାନେଲରୁ 6 ଭୋଲ୍ଟ ଓ 2ଟି ଫ୍ୟାନରୁ 6 ଭୋଲ୍ଟ ଚାର୍ଜ ମିଳିଥାଏ । ସମୁଦାୟ 24 ଭୋଲ୍ଟ ଚାର୍ଜରେ ସାଇକେଲ ଗତିଶୀଳ ହୋଇଥାଏ । ପାଖାପାଖି 60 କିଲୋଗ୍ରାମ ଓଜନ ବହନ କରି ଘଣ୍ଟା ପ୍ରତି 30କିଲୋମିଟର ଏହା ଗତି କରିପାରିବ । ଶିକ୍ଷକ ହାଡିବନ୍ଧୁ ଓଝା ଓ ମା’ ବବିତାଙ୍କ ଏକମାତ୍ର ସନ୍ତାନ ବିଶ୍ବବନ୍ଧୁ । ଗତବର୍ଷ ପାଣି ଉପରେ ବ୍ୟାଟେରୀ ଚାଳିତ ଛୋଟ କାର୍ ନିର୍ମାଣ କରି ଜିଲ୍ଲାରେ ପ୍ରଂଶସା ସାଉଣ୍ଟିଥିଲେ ସେ । ଆଗକୁ ରୋବର୍ଟ ନିର୍ମାଣ ଲକ୍ଷ୍ୟ ରଖିଥିବା ବିଶ୍ବବନ୍ଧୁ ଜଣେ ସଫଳ ବୈଜ୍ଞାନିକ ହୁଅନ୍ତୁ ବୋଲି ସମସ୍ତଙ୍କ ଆଶା ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *