12/05/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଓଡିଶା ବିଧାନସଭାରେ ପ୍ରତିଶୃତି ସତ୍ତ୍ୱେ ନାହିଁ ସୁଫଳ

【ସାଲେପୁର ସହରକୁ ଏନ୍ ଏ ସି ମାନ୍ୟତା】
ସାଲେପୁର :ଏନ୍ ପୁରୁଷୋତ୍ତମ ରେଡି:(ନି ପ୍ର): ସାଲେପୁର ସହରକୁ ଏନ୍ ଏ ସି ମାନ୍ୟତା ଶିଘ୍ର ପ୍ରଦାନ କରାଯିବ ବୋଲି ଯାହା ନିର୍ବାଚନ ପୂର୍ବରୁ ସାଲେପୁର ଅଞ୍ଚଳରେ ଲୋକଙ୍କୁ ବିଭିନ୍ନ ଦଳ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା । ତାହା ବର୍ତ୍ତମାନ ମଳିନ ପଡିଛି । ଏବେ କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସହରକୁ ଏନ୍ ଏ ସି ର ମାନ୍ୟତା ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ନାହିଁ ବୋଲି ଜଣାପଡିଛି । କଂଗ୍ରେସ ସମୟରୁ 1988 ମସିହାଠାରୁ ସାଲେପୁର ସହରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ମିଳିଯିବ ବୋଲି ବିଧାନସଭା ଭିତରେ ଓ ବାହାରେ ମନ୍ତ୍ରୀ ମାନେ ଘୋଷଣା କରିଥିଲେ ମଧ୍ୟ ତାହା ସଫଳ ହୋଇ ନଥିଲା ।

ଅପରପକ୍ଷରେ ଏହି ସୀମା ଭିତରେ ବେଲଙ୍ଗୁଠା,ପଟାମୁନ୍ଡେଈ ପରି ସହର ପାଇଥିଲା ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ହେଲେ ବାଦ୍ ପଡିଥିଲା କଟକା ଜିଲ୍ଲାର ସାଲେପୁର ସହର । ପରେ 1990 ମସିହାରେ ଆସିଗଲା ଜନତାଦଳ ସରକାର ସେ ବି ପ୍ରତିଶ୍ରୁତି ଦେଲେ କି ସାଲେପୁର ସହରକୁ ଏନ୍ ଏ ସି ମାନ୍ୟତା ଶିଘ୍ର ପ୍ରଦାନ କରାଯିବ ବୋଲି ହେଲେ ତାହା ବି କିନ୍ତୁ ହୋଇ ପାରିଲା ନାହିଁ ।ପରେ ପରେ 2004 ମସିହାରେ ପୁଣି ଥରେ ଆସିଗଲା ବିଜୁଜନତାଦଳ ସରକାର ଓ ବି ଜେ ପି ସରକାର ।ସେହି ସମୟରେ ତତ୍କାଳୀନ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ସମୀର ଦେ ସାଲେପୁର ସହରର ହାଇସ୍କୁଲ ପଢିଆ ଠାରେ ଅନୁଷ୍ଠିତ ଏକ ସଭାରେ ଯୋଗ ଦେଇ ସାଲେପୁର ସହରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ପ୍ରଦାନ ଶିଘ୍ର କରାଯିବ ବୋଲି ପ୍ରକାଶ କରିଥିଲେ ।ହେଲେ ସେହି ସପ୍ନ ମଧ୍ୟ ସାକାର ହୋଇ ପାରିଲା ନାହିଁ । ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ବି ଜେ ଡି ସରକାର ସମୟରେ ନଗର ଉନ୍ନୟନ ମନ୍ତ୍ରୀ ଦାୟିତ୍ଵରେ ଥିବା ପୁସ୍ପେଦୁ ସଂଦେଓ ମଧ୍ୟ ବିଧାନସଭାରେ ସାଲେପୁର ସହରକୁ ଏନ୍ ଏ ସି ମାନ୍ୟତା ଖୁବ୍ ଶୀଘ୍ର ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ।ଏନେଇ 2018 ମସିହାରେ ସାଲେପୁର ସହରର ତତ୍କାଳୀନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ବିଧାନସଭାରେ ଧାରଣାରେ ବସିଥିଲେ ପରେ ମନ୍ତ୍ରୀକ ପ୍ରତିଶୃତି ପରେ ଧାରଣାରୁ ଉଠିଥିଲେ । ସେତେବେଳେ ମନ୍ତ୍ରୀ କହିଥିଲେ ଯେ ଏନେଇ କଟକ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି ସେ ସାଲେପୁର ସହର ସମ୍ପର୍କରେ ରିପୋର୍ଟ ପଠାଇବା ପରେ ନଗର ଉନ୍ନୟନ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଦେଖୁ ଦେଖୁ ପୁଣିଥରେ ନିର୍ବାଚନ ପାଖେଈ ଆସିଗଲା ହେଲେ ରିପୋର୍ଟ ପହଂଚି ପାରିଲା ନାହିଁ ନଗର ଉନ୍ନୟନ ବିଭାଗରେ । ଆସିଗଲା ପୁଣି 2019 ରେ ନିର୍ବାଚନ ସାଲେପୁର ସହରରେ ବି ଜେ ଡି ର ବହୁ ନେତା ମାନଙ୍କ ପକ୍ଷରୁ କୁହାଗଲା ଯେ ଆମ ସରକାର କ୍ଷମତାକୁ ଆସିଲେ ଏକ ମାସ ମଧ୍ୟରେ ସାଲେପୁର ସହରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ପାଇଁ ଘୋଷଣା କରାଯିବ ବୋଲି ପ୍ରତିଶୃତି ମଧ୍ୟ ମିଳିଲା । ବି ଜେ ଡି ପୁଣି କ୍ଷମତାକୁ ଆସିଲା କିନ୍ତୁ ଆଠ ମାସ ବିତିଯାଇଥିଲେ ମଧ୍ୟ ସାଲେପୁର ସହରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ମିଳିପାରିଲା ନାହିଁ । ଅପର ପକ୍ଷରେ ସାଲେପୁର ନବନିର୍ବାଚିତ ବିଧାୟକ ପ୍ରଶାନ୍ତ କୁମାର ବେହେରା ଚଳିତ ବିଧାନସଭାରେ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଙ୍କୁ ପଚାରିବା ପ୍ରଶ୍ନର ଉତ୍ତର ପୁଣି 2004 ମସିହା ଭଳି ପରିସ୍ଥିତି ଆଡକୁ ନେଇ ଯାଇଛି । ସେତେବେଳେ ମଧ୍ୟ ବିଧାନସଭା ରେ ନଗର ଉନ୍ନୟନ ମନ୍ତ୍ରୀ ସାଲେପୁର ସହରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ଦେବା ଲାଗି କଟକ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଥିବା ପ୍ରକାଶ କରିଥିଲେ । ତେବେ ବର୍ତ୍ତମାନ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଙ୍କ ବିଧାନସଭାରେ ଉତ୍ତର ଅନୁଯାୟୀ କଟକ ଜିଲ୍ଲାର ଜିଲ୍ଲାପାଳ କେବେ ସାଲେପୁର ସହରର ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ପ୍ରଦାନ ପାଇଁ କେବେ ରିପୋର୍ଟ ଦେଉଛନ୍ତି ତାହା ଏବେ ଦେଖିବାକୁ ବାକି ରହିଲା ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *