01/22/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଖଇରାରେ ଫେଲ ମାରିଲା ” ମୋ ସରକାର “

ବାଲେଶ୍ବର,୨୫/୧୧– ବାଲେଶ୍ୱର ଜିଲ୍ଲାର ଉପାନ୍ତ ୨ୟ ବୃହତମ ବ୍ଲକ ଖଇରା ହେଉଛି ଏକ ଅନୁନ୍ନତ ଗ୍ରାମାଞ୍ଚଳ । ଏହିପରି ଏକ ଅଞ୍ଚରେ ସୋର କୁପରୀ ରାସ୍ତା କଡ଼ରେ ଖଇରା ଗୋଷ୍ଟୀ ସ୍ବାସ୍ଥ୍ୟ କେନ୍ଦ୍ରଟି ଅବସ୍ଥିତ । ଏହା ଅଧିନରେ ୬ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଅଛି । ତେବେ କୁପାରୀ ସ୍ବାସ୍ଥ୍ୟ କେନ୍ଦ୍ରଟିକୁ ଛାଡ଼ିଦେଲେ । ବାକି ପାଞ୍ଚଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ କେହି ଡାକ୍ତର ନାହାନ୍ତି । ତେଣୁ ଏହି ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ଲୋକାନେ ମଧ୍ୟ ଏହା ଉପରେ ନିର୍ଭର କରୁଥିବା ବେଳେ ଏହାର ନିକଟସ୍ଥ ଆଦିବାସୀ ବହୁଳ ବ୍ଲକ ଔପଦାରେ ମଧ୍ୟ ଏକ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଥିବାରୁ ଏହି ବ୍ଲକର ଅଧିକାଂଶ ଲୋକ ଏହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ଭରସା କରି ଦୋୖଡି ଆସିଥାନ୍ତି । ମାତ୍ର ନାହିଁ ନାହିଁ ରେ ଚାଲିଛି ଏହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ।

ଏଠାରେ ୪ ଟି ବିଶେଷଜ୍ଞ ପଦବୀ ଥିବାବେଳେ ଅଛନ୍ତି ଏକମାତ୍ର ସ୍ତ୍ରୀ ରୋଗ ବେଶେଷଜ୍ଞ । ଶିଶୁ ରୋଗ ବିଶେଷଜ୍ଞ ପଦବୀ ୨୦୧୧ ମସିହାରୁ ଖାଲି ପଡ଼ିଥିବା ବେଳେ ଅସ୍ଥିଶଲ୍ୟ ବିଶେଷଜ୍ଞ ପଦବୀ ୨୦୧୫ ରୁ ଓ ଭେଶଯ ବିଶେଷଜ୍ଞ ପଦବୀ ୨୦୧୬ ରୁ ଖାଲି ପଡ଼ିଛି । କେବଳ ସେତିକି ନୁହେଁ ନୂତନ ନିୟମ ଅନୁଯାୟୀ ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ୨ ଜଣ ମେଡିକାଲ୍ ଅଫିସର ରହିବାର ନିୟମ ଥିବା ବେଳେ ୨୦୧୮ ରୁ ଏହି ଦୁଇଟି ପଦବୀ ଫାଙ୍କା ପଡ଼ିବା ସହ ୨୩ଟି ANM sub ସେଣ୍ଟରରୁ ୪ ଟି sub ସେଣ୍ଟରରେ ANM ନାହାନ୍ତି । ଏଠାରେ ୬ ଟି ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦବୀ ରହିବା ଜାଗାରେ ଅଛନ୍ତି କେବଳ ୪ ଜଣ । ସେହିପରି ୩ ଟି ଲାବୋରଟରି technicia ରହିବା ଜାଗାରେ ଅଛନ୍ତି ମାତ୍ର ଜଣେ ସେ ପୁଣି ଡେପୁଟେସନରେ ଥିବାରୁ ଅଧିକାଂଶ ସମୟରେ ଲବୋରଟରି ରୋମରେ ତାଲା ଝୁଲୁଛି । ଲକ୍ଷଧିକ ଟଙ୍କା ଖର୍ଚ୍ଚ କରି ଏକ ଅଟୋ ଆନାଲିଶିସ୍ ମେସିନ ଅଣା ଯାଇଛି ମାତ୍ର technicia ଅଭାବରୁ ତାହା ବର୍ଷେ ହେଲା ଖତ ଖାଉଛି । ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ଗେଟଟିଏ ବି ନାହିଁ ରାତିହେଲେ ବୁଲାଗୋରୁ ଆସି ଏଠାରେ ଆଡ଼ା ଜମାନ୍ତି । କର୍ମଚାରୀ ମାନେ ରହିବା ପାଇଁ ଆବଶ୍ୟକୀୟ ଗୃହ ନଥିବାବେଳେ ଏଠାରେ ପାନୀୟ ଜଳର ମଧ୍ୟ ସୁବିଧା ନାହିଁ । ମୁଖ୍ୟତ ଡାକ୍ତର ଓ କର୍ମଚାରୀଙ୍କ ଅଭାବ ଥିବାରୁ ଆବଶ୍ୟକୀୟ ଉନ୍ନତ ମାନର ସରଞ୍ଜାମ ମଧ୍ୟ ନାହିଁ । ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ୨ ଜଣ ସ୍ତ୍ରୀ ରୋଗ ବିଶଷଜ୍ଞର ଆବଶ୍ୟକରୁ ଥିବାବେଳେ ଏକ ମାତ୍ର ସ୍ତ୍ରୀ ରୋଗ ବିଶେଷଜ୍ଞ ଥିବାରୁ ଦୂରଦୂରାନ୍ତରୁ ଆସିଥିବା ବହୁ ଗରିବ ଶ୍ରେଣୀର ଗର୍ଭବତୀ ଓ ପ୍ରସୂତି ମହିଳା ଠିକ୍ ଢଙ୍ଗରେ ଚିକିତ୍ସିତ ହୋଇପାରୁ ନଥିବାରୁ ବାଧ୍ୟ ହୋଇ ଖର୍ଚ୍ଚାନ୍ତରେ ପଡି ଘରୋଇ ଚିକିତ୍ସା କେନ୍ଦ୍ରକୁ ଯାଉଛନ୍ତି । ଏହି ସ୍ବାସ୍ଥ୍ୟ କେନ୍ଦ୍ରଟି କେବଳ ସିମ୍ପୂଲ୍ MBBS ଓ ଜଣେ ଆୟୁଷ ଡାକ୍ତରଙ୍କ ଭରସାରେ ଚାଲିଥିବାବେଳେ । ଏକ ମାତ୍ର ବିଶେଷଜ୍ଞଙ୍କ ଉପରେ ସବୁ ଦାୟିତ୍ଵ । ତେବେ ଉପରକୁ ଚିକଣ ଦେଖାଯାଉଥିବା ଡାକ୍ତରଖାନା ଭିତରେ ପୁରା ଫମ୍ପା ହୋଇପଡିଛି ।
ତେଣୁ ସରକାର ସ୍ବାସ୍ଥ୍ୟକୁ ଅଧିକ ପ୍ରାଧାନ୍ୟତା ଦେଉଥିବା ବେଳେ ଓ 5T. ର ଉପଯୋଗ କରୁଥିବାବେଳେ ତାହା ଏହି ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଏହି ସବୁ ସମସ୍ୟାକୁ ନେଇ ବାରମ୍ବାର CDMOଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ଆଜି ପର୍ଯ୍ୟନ୍ତ ତା’ର କିଛି ସୁଫଳ ମିଳିନହିଁ । ତେଣୁ ଏହି ସମସ୍ୟାକୁ ଉପଲବ୍ଧି କରି ସ୍ଥାନୀୟ ଜନସାଧାରଙ୍କ ମନରେ ତୀବ୍ର ପ୍ରତିକ୍ରୟା ପ୍ରକାଶ ପାଇଛି । ଯଦି ଖୁବ୍ ଶୀଘ୍ର ସରକାରଙ୍କ ତରଫରୁ ଏହାର ପ୍ରତିକାର କରା ନଯାଏ ତେବେ ସ୍ଥାନୀୟ ଅଧିବାସୀ ଆଗାମୀ ଦିନରେ ରାଜରାସ୍ତାକୁ ଉହ୍ଲାଇବାକୁ ବାଧ୍ୟ ହେବେ ବୋଲି ଜନସାଧାରଣଙ୍କ ତରଫରୁ ଚେତାବନୀ ଦିଆଯାଇଛି ସରକାରଙ୍କୁ । ଦେଖାଯାଉ ଏହା କେତେଦିନ ଆଉ ଏହିଭଳି ସମସ୍ୟା ଭିତରେ ଅବହେଳିତ ହୋଇ ପଡି ରହୁଛି ଓ ପ୍ରଶାସନର କେବେ ଦୃଷ୍ଟି ଆକର୍ଷଣ ହେଉଛି ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *