ଓଡିଶା ମାଧ୍ଯମିକ ବିଦ୍ଯାଳୟ ଶିକ୍ଷକ ସଙ୍ଘ ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଆନୁକୂଲ୍ୟରେ ଓଟିଏସ ପରୀକ୍ଷା-୨୦୧୯
ବାଲେଶ୍ବର,୨୫/୧୧–ଓଡିଶା ମାଧ୍ଯମିକ ବିଦ୍ଯାଳୟ ଶିକ୍ଷକ ସଙ୍ଘ ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଆନୁକୂଲ୍ୟରେ ଓଟିଏସ ପରୀକ୍ଷା–୨୦୧୯ କୁପାରୀ ସରକାରୀ ଉଚ୍ଚ ବିଦ୍ଯାଳୟ ପରିସରରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏହି ପରୀକ୍ଷା ପୂର୍ବାହ୍ନ ୧୧ ଘଟିକାରୁ ଆରମ୍ଭ ହୋଇ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଚାଲିଥିଲା । ବିଦ୍ଯାଳୟର ପ୍ରଧାନ ଶିକ୍ଷକ କରୁଣାକର ମହାନ୍ତିଙ୍କ ତତ୍ତ୍ୱାବଧାନରେ ଜିଲ୍ଲା ଉପସଭାପତି ରାଧାକାନ୍ତ ପଣ୍ଡା ଏବଂ ଭରତ ଚନ୍ଦ୍ର ଦାସଙ୍କ ପର୍ଯ୍ଯବେକ୍ଷଣ କ୍ରମେ ପରୀକ୍ଷା କାର୍ଯ୍ୟ ପରିଚାଳନା କରାଯାଇଥିଲା ।
ପରୀକ୍ଷା ନିରୀକ୍ଷକ ଭାବେ ମାଳତୀ ମହାପାତ୍ର, ମନୋଜ କୁମାର ସ୍ଵାଇଁ, ଜୟନ୍ତୀଲତା ଜେନା,ରବିନାରାୟଣ ମହାରଣା, ଗୀତଞ୍ଜଳୀ ସାହୁ, ସନ୍ତୋଷ କୁମାର ବାରିକ,ତନୁଜାରାଣୀ ପଣ୍ଡା, ଜୟନ୍ତ କୁମାର ମହାରଣା,ଆରତୀ ଜେନା,ଦେବବ୍ରତ ମହାରଣା, ଅରୁଣ କୁମାର ସାହୁ, ବିଶ୍ଵରଞ୍ଜନ ଧଳ ପ୍ରମୁଖ ସହଯୋଗ କରିଥିଲେ । ଏଥିରେ ମୋଟ ୨୮୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସଭାପତି ମହେନ୍ଦ୍ର ପ୍ରସାଦ କବି,ସମ୍ପାଦକ ଷଡାନନ ପାଣିଗ୍ରାହୀ, ବିଷ୍ଣୁ ପ୍ରସାଦ ମିଶ୍ର, ବରେନ୍ଦ୍ର କୁମାର ରାଉତ,ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରଘୁନାଥ ଦଳାଇ ଓ ବିଦ୍ୟାଳୟର ଅନ୍ଯ କର୍ମଚାରୀମାନେ ପରୀକ୍ଷା ପରିଚାଳନାରେ ସହଯୋଗ କରିଥିଲେ ।
ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ