କାଠ ପୋଲ ନିର୍ମାଣ କଲେ ଗ୍ରାମବାସୀ
ରାୟଗଡା ଜ଼ିଲ୍ଲା (ପ୍ରତିନିଧି ଅମୁଲ୍ୟ ନିଶଙ୍କ) 22.11.2019 ପ୍ରତିଶୃତି ପାଳନ କଲେନି ସରକାର ପ୍ରସାଶନର ଅବହେଳା ଯୋଗୁଁ। ବିନିଶିପୁର ନାଗାବଳୀ ନଦୀଉପରେ ୧୫୦ ମିଟର ଲମ୍ବାର କାଠପୋଲ ନିର୍ମାଣ କଲେ ବିନିଶିପୁର ଗାଁର ଆବାଳ ବୃଦ୍ଧବନିତା। ବର୍ଷାଦିନ ଆସିଲେ ୫ଟି ପଞ୍ଚାୟତ ବାସୀ ସଦରମହକୁମାକୁ ବିଭିନ୍ନ କାର୍ଯ୍ୟର ଯାତାୟତ ଠପ୍ ହବା ସାଙ୍ଗକୁ ରୋଗୀ,ଗର୍ଭବତୀ,ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯିବାଆସିବାରେ ବିଛିନ୍ନ ହେଉଛନ୍ତି। ବର୍ଷାଦିନ ଶେଷହବାପରେ ନଦୀରେ ଗଭୀର ପାଣି ରହୁଥିବା ଯୋଗୁଁ କିଛି ଉପାୟନପାଇ ସମସ୍ତ ଅସୁବିଧାରୁ ଦୁର କରିବା ପାଇଁ ଗାଁ ଲୋକେ ନିଜବୁଦ୍ଧିରେ ଜଙ୍ଗଲରୁ କାଠ ସଂଗ୍ରହ କରି ନଦୀଉପରେ କାଠର ସେତୁ ନିର୍ମାଣ କରିଛନ୍ତି।
ଏବେ ୫ଟି ପଞ୍ଚାୟତ ବାସୀ ସୁବିଧାରେ ସଦରମହକୁମା କୁ ଯାତାୟତ କରୁଥିବା ବିନିଶିପୁର ଗ୍ରାମବାସୀ କହଛନ୍ତି। ଆଉ ମଧ୍ୟ କହିଛନ୍ତି ଏପରି ସମସ୍ୟା ଭୋଗୁଥିବାରୁ ବାରମ୍ବାର ଲୋକପ୍ରତିନିଧି ଠାରୁ ଆରମ୍ଭ କରି ବଡ ବଡ ସରକାରୀ ଅଧିକାରିଙ୍କୁ ଗୁହାରୀ କରିଥିବାରୁ ପୋଲ ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ପାଇ ଥକିଗଲେଣି କିନ୍ତୁ ସରକାରୀ ଅଧିକାରୀ ମାନେ କୁଆଡେ ଭୁଲିଯାଇଥିବାରୁ ପୁଣି ମନେ ପକାଇବା ପାଇଁ ସପ୍ତମ ଥରପାଇିଁ ପୁଣି ଚଳିତବର୍ଷ ବିନିଶିପୁର ନାଗାବଳୀ ନଦୀଉପରେ ୧୫୦ ମିଟର ଲମ୍ବାର କାଠପୋଲ ନିର୍ମାଣ କରିଦେଖାଇଛନ୍ତି ଗ୍ରାମବାସୀ। ଦେଖାଯାଉ ବିନିଶିପୁର ବାସୀଙ୍କ ଦୁଃଖ କେବେ ଦୁର କରିବେ ସରକାର ଦେଖିବାର ବାକିରହିଲା।