ଦ୍ରୃତ ମୋଟର ସାଇକେଲ ଚାଳକଙ୍କ ମଧ୍ୟରେ ପ୍ରତିଯୋଗିତା ମାଧ୍ୟମରେ ରୋଜଗାର
ଜୟପୁର: ଜୟପୁରରେ ଦ୍ରୃତ ମୋଟର ସାଇକେଲ ଚାଳକ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିଛି। ଜୟପୁର ମୁଖ୍ୟ ରାସ୍ତାରେ ଚଳପ୍ରଚଳ ସମୟରେ ଯୁବବର୍ଗ ଦ୍ରୃତଗତିରେ ମୋଟର ସାଇକେଲ ଚଳାଇ ଯିବା ଦେଖିବାକୁ ମିଳେ ଓ ମନରେ ଭୟ ଜଗ୍ରତ ହୋଇଥାଏ। ପ୍ରାପ୍ତ ସୂଚନାରୁ ଜାଣିବାକୁ ମିଳିଛି ଜୟପୁର ଆଖପାଖ ଅଞ୍ଚଳ ଓ ଜୟପୁରର ଯୁବପିଢୀ ଗୋଷ୍ଠିମାନଙ୍କ ମଧ୍ୟରେ ଏହି ଦ୍ରୃତ ଗାଡିଚାଳନା ପ୍ରତିଯୋଗିତା ସହ ବାଜି ମରାଯାଇଥାଏ । ଜୟପୁର ରଥପଡିଆ ଠାରୁ ଯେକୌଣସି ଦ୍ରୃତଗାଡିଚାଳକ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ପାରାବେଡା ଟ୍ରାଫିକଛକ ଅତିକ୍ରମକରି ପୁନର୍ବାର ରଥପଡିଆରେ ପହଞ୍ଚିପାରିଲେ ବାଜି ଜିତିଥାଏ। ଏହି ବାଜିରେ ତିନି ହଜାରରୁ ପାଞ୍ଚ ହଜାର ପର୍ଯ୍ୟନ୍ତ ଟଙ୍କା ଜିତିଥିବା ଚାଳକ ପାଇଥାଏ। ସରକାରଙ୍କର ମୋଟରଯାନ ଆଇନ ପ୍ରତି ଏମାନଙ୍କର ନଜର ନଥାଏ। ଏହି ଦ୍ରୃତ ମୋଟର ସାଇକେଲ ଚାଳନା ସମୟରେ ଜୟପୁର ମୁଖ୍ୟରାସ୍ତାରେ ଚଳପ୍ରଚଳ କରୁଥିବା ଜନସାଧାରଣଙ୍କ ଧନ ଜୀବନ କ୍ଷୟକ୍ଷତି ହେବାର ଯଥେଷ୍ଟ ସମ୍ଭାବନା ଥାଏ। ଜୟପୁର ପୋଲିସ ଏହି ଦ୍ରୃତ ଗାଡି ଚାଳକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବୀ ହେଉଛି।