01/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଶୋଇଥିବାବେଳେ ଧସିଲା କାନ୍ଥ: ବୃଦ୍ଧ ମୃତ, ଗ୍ରାମରେ ଶୋକର ଛାୟା

ପୁରୀ:(ସଖପ୍ର) ବିପଦସଙ୍କୁଳ କଚ୍ଚା ଘର ପୁଣି ନେଲା ଆଉ ଜଣେ ବୃଦ୍ଧଙ୍କ ଜୀବନ । ଶୋଇଥିବା ଅବସ୍ଥାରେ ଚିର ନିଦ୍ରାରେ ଶୋଇଗଲେ ବୃଦ୍ଧ ଜଣକ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା ଗୋପ ବ୍ଲକର କଣ୍ଟି ଗ୍ରାମରେ ।
ଘଟଣା ଅନୁସାରେ ଗ୍ରାମର ଲୋକନାଥ ଦାସ ନିଜ ଘରେ ଶୋଇଥିବାବେଳେ ବିଳମ୍ବିତ ରାତିରେ ଘର କାନ୍ଥ ଧସି ତାଙ୍କ ଉପରେ ପଡିଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଛି । ଏହାକୁ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *