ନଦୀଘାଟରୁ ବେଆଇନ ବାଲି ଉଠାଣ ପ୍ରତିବାଦରେ ଗ୍ରାମବାସୀଙ୍କ ଉପଜିଲ୍ଲାପାଳଙ୍କ ଅଫିସ ଘେରାଉ
ଆନନ୍ଦପୁର: (ସଖପ୍ର) ବୈତରଣୀ ନଦୀଘାଟରୁ ବେଆଇନ ବାଲି ଉଠାଣକୁ ନେଇ ଉପଜିଲ୍ଲାପାଳଙ୍କ ଅଫିସ ଘେରାଉ । କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ କରଗୋଳା ଗାଁର ବୈତରଣୀ ନଦୀଘାଟରୁ ବେଆଇନ ବାଲି ଉଠାଣକୁ ବିରୋଧ କରି ଶତାଧିକ ମହିଳା ଉପଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଛନ୍ତି ।
ତାଙ୍କର ଅଭିଯୋଗ ଲିଜଧାରୀ ଆମ୍ବୋ ବାଲିଘାଟରୁ ବାଲି ଉଠାଣ ପାଇଁ ପ୍ରଶାସନ ପଷରୁ ଅନୁମତି ନେଇଥିବା ବେଳେ ଲିଜ ବାଲିଘାଟରୁ ବାଲି ନଉଠାଇ କରଗୋଲା ଘାଟରୁ ବାଲି ଉଠାଯାଉଛି । ସେଥିପାଇଁ ଗ୍ରାମବାସୀ ମାନେ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ କରିଛନ୍ତି । ତେବେ ଏଥିପ୍ରତି ପ୍ରଶାସନ ଯଦି ସେମାନଙ୍କ ଦାବି ପୂରଣ ନକରେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ମହିଳା ମାନେ କହିଛନ୍ତି। ତେବେ ମହିଳାମାନଙ୍କୁ ଅତିରିକ୍ତ ଉପଜିଲ୍ଲାପାଳ କମଳାକାନ୍ତ ପଣ୍ଡା ପ୍ରତିଶ୍ରୁତି ଦେବାପରେ ମହିଳାମାନେ ଆନ୍ଦୋଳନରୁ ଓହରିଛନ୍ତି ।