November 18, 2025

Sabubarga Khabar

All category news

ଜାରକାରେ ସର୍ବଭାରତୀୟ ସିକୁ କପ ଟୁର୍ଣ୍ଣାମେଣ୍ଟ କଟକକୁ ହରାଇ ଝାଡଖଣ୍ଡ ଫାଇନାଲରେ

ଧର୍ମଶାଳା,୯ା୧୧(ପ୍ରତିନିଧି ନାରାୟଣ ରଥ) ଧର୍ମଶାଳା ବ୍ଲକ ଜାରକା ଠାରେ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଚାଲିଥିବା ସର୍ବଭାରତୀୟ ସିକୁ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଆଜି ଅନୁଷ୍ଠିତ ପ୍ରଥମ ସେମିଫାଇନାଲ ମ୍ୟାଚରେ ୟୁନିୟନ ସ୍ପୋଟିଂ ଝାଡଖଣ୍ଡ ୮ ଓ୍ବିକେଟରେ କଟକର ରାଜିଙ୍ଗ ଷ୍ଟୁଡେଣ୍ଟ କ୍ଲବକୁ ପରାସ୍ତ କରି ଫାଇନାଲକୁ ପ୍ରବେଶ କରିଛି ।
ଆଜି ଖେଳରେ ଟଚ୍ ଜିତି କଟକ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇ ନିର୍ଦ୍ଦାରିତ ୩୦ ଓଭର ମଧ୍ୟରୁ ୨୯ ଓଭରରେ ସମସ୍ତ ଓ୍ବିକେଟ ହରାଇ ୨୬୨ ରନର କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ଜ୍ଞାନ ଜ୍ୟୋତିରାୟ ୮୩ ରନ ଓ ସୁଜିତ ଲେଙ୍କା ୫୭ ରନ ସଂଗ୍ରହ କରିଥିଲେ । ଝାଡଖଣ୍ଡର କାର୍ତ୍ତିକ ୫ଟି ଓ ସୋନୁ ସିଂ ୨ଟି ଓ୍ବିକେଟ ଅକ୍ତିଆର କରିଥିଲେ । କଟକର ଏହି ବିଶାଳ ସ୍କୋରକୁ ଝାଡଖଣ୍ଡ ଦଳର ନିର୍ଭର ଯୋଗ୍ୟ ବ୍ୟାଟ୍ସମ୍ୟାନ ରାଜୁ ଯାଦବଙ୍କ ଧୁଆଁଧାର ବ୍ୟାଟିଂ ପ୍ରତିହତ କରି ବିଜୟର ପଥ ସୁଗମ କରିଥିଲା । ରାଜୁଙ୍କ ୧୧୯ ରନ (୫୦ ବଲ) ଓ ଅବିନାଶ ଯାଦବଙ୍କ ୭୯ ରନ (୪୨ବଲ)ସଂଗ୍ରହ କ୍ରମେ ଦଳ ୧୮.୨ ଓଭରରେ ମାତ୍ର ୨ଟି ଓ୍ବିକେଟ ହରାଇ ବିଜୟୀ ହୋଇଥିଲା । କଟକଦିଲ୍ଲିପ ପଣ୍ଡା ଓ ଅଜିତ ରଣା ଗୋଟିଏ ଲେଖାଁଏ ଓ୍ବିକେଟ ନେଇଥିଲେ । ଖେଳକୁ ପ୍ରାଣନାଥ ଜେନା ଓ ଖଗେଶ୍ୱର ମଲିକ ପରିଚାଳନା କରିଥିଲେ । ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଶତକ ହାସଲ କରିଥିବା ରାଜୁ ଯାଦବଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ କରାଯାଇଥିଲା । ଉଦଯାପନୀ ଖେଳରେ ପ୍ରେସ କ୍ଲବ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଶତପଥୀ, କ୍ରୀଡାବିତ ଚକ୍ରଧର ଲେଙ୍କା ଓ ଯୁବ ସଂଗଠକ ପ୍ରକାଶ ସାମଲ ଅତିଥି ଭାବରେ ଯୋଗଦେଇ ପୁରସ୍କୃତ କରିଥିଲେ । ଟ୍ରଷ୍ଟର ଅଧ୍ୟକ୍ଷ ବିଜୟ କୁମାର ରାୟ ଓ ଉପାଧ୍ୟକ୍ଷ ହିମାଁଶୁ ଶେଖର ସାହୁ ଉପସ୍ଥିତ ଥିଲେ । ସେହିପରି ଖେଳର ସ୍କୋରରେ ଚିତ୍ତରଞ୍ଜନ ମହାନ୍ତି ଓ ସୁବାଶିଷ ଦାସ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.