02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଧାମରା ସମୁଦ୍ର ମଧ୍ୟରେ ଡଙ୍ଗା ବୁଡିରେ ୧୧ ଜଣ ମସ୍ଥ୍ୟଜୀବୀ ବୁଡି ଯାଇଥିବା ଆଶଙ୍କା

ବାଲେଶ୍ୱର ୯ା୧୧ (ସଖପ୍ର) ସାମୁଦ୍ରିକ ବାତ୍ୟା ‘ବୁଲ୍ ବୁଲ୍‌’ ପ୍ରଭାବରେ ଧାମରା ସମୁଦ୍ର ମଧ୍ୟରେ ଡଙ୍ଗା ବୁଡିରେ ୧୧ ଜଣ ମସ୍ଥ୍ୟଜୀବୀ ବୁଡି ଯାଇଥିବା ଆଶଙ୍କାକୁ ନଜରରେ ରଖି ଉକ୍ତ ମତ୍ସ୍ୟଜୀବୀ ମାନଙ୍କୁ ଠାବ କରି ସୁରକ୍ଷିତ ସ୍ଥାନକୁ ଆଣିବାଲାଗି ପ୍ରତିରକ୍ଷା ବିଭାଗର ଟକ୍ ବୋଟ୍ ଏବଂ ମତ୍ସ୍ୟ ବିଭାଗର ଏକ ବୋଟ୍ ପ୍ରଚେଷ୍ଟା ଚଳାଇଥିବା ଜଣାଯାଇଛି। ସେମାନେ ରାତିରେ ପହଁରି ପହଁରି କାଳି ଭଂଜିଆ ଜଙ୍ଗଲରେ ପହଞ୍ଚିଥିବାର ସୂଚନା ମିଳିଥିଲା। କିନ୍ତୁ ଏବେ ସେଠାରେ ପାଣି ମାଡ଼ି ଯାଇଥିବାରୁ ସେମାନଙ୍କ ସହ ଯୋଗାଯୋଗ ହୋଇପାରୁ ନଥିବା ଜଣାଯାଇଛି। ଓଡ଼ିଶା ଉପକୂଳ ଦେଇ ଭୟଙ୍କର ବାତ୍ୟା ବୁଲବୁଲ ଗତି କରୁଥିବା ଯୋଗୁଁ ଏହାର ପ୍ରଭାବରେ କେନ୍ଦ୍ରାପଡ଼ା, ଜଗତସିଂହପୁର. ଭଦ୍ରକ, ବାଲେଶ୍ୱରରେ ପ୍ରବଳ ବର୍ଷା ଜାରି ରହିଛି । ବିଶେଷ କରି ଭଦ୍ରକର ଧାମରାରେ ବର୍ଷାର ପରିମାଣ ବୃଦ୍ଧି ପାଇଛି ।ତା’ସାଙ୍ଗକୁ ଜିଲ୍ଲାରେ ଘଣ୍ଟାକୁ ୮୦ରୁ ୯୦ କିଲୋମିଟର ଯାଏଁ ପବନ ବହୁଛି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *