01/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବାଘ ଛାଲ ଓ ହାତୀ ଦାନ୍ତ ଜବତ , ୩ ଗିରଫ

କଳାହାଣ୍ଡି :(ସଖପ୍ର) କଳାହାଣ୍ଡି ଜିଲ୍ଲାର ତିନି ଜଣ ବନ୍ୟଜନ୍ତୁ ଅଙ୍ଗପ୍ରତଙ୍ଗ ଚୋରାଚାଲାଣ କାରୀକୁ କ୍ରାଇମ ବ୍ରାଂଚ ସ୍ପେଶାଲ ଟାସ୍କଫୋର୍ସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସେମାନଙ୍କ ଠାରୁ ଗୋଟିଏ କଳରାପତରିଆ ବାଘ ଛାଲ ସମେତ ହାତୀ ଦାନ୍ତ ଜବତ କରାଯାଇଥିବା ପ୍ରକାଶ । ଗିରଫ ଅଭିଯୁକ୍ତ ନର୍ଲା ଥାନା ଅନ୍ତର୍ଗତ ପାଜିବାହାଲି ଗ୍ରାମର ଦିଗା ଶବର ଓ ଶୁକ୍ରୁ ମାଝି ଏବଂ ଅନ୍ୟ ଜଣେ ଛତିଶଗଡର ରବିନ୍ଦ୍ର ସିଂ ବୋଲି ପୋଲିସ ସୂତ୍ରରୁ ପ୍ରକାଶ । ଗିରଫ ଅଭିଯୁକ୍ତ ମାନଙ୍କ ନାମରେ ଭାରତୀୟ ପିଙ୍ଗଳ କୋର୍ଡ ୩୯୭/୪୪୧/୧୨୦(ବି) ଏବଂ ସେକ୍ସନ ୫୧ ବନ୍ୟପ୍ରାଣୀ ଆଇନ ୧୯୭୨ ଅନୁସାରେ କେଶ ରୁଜ୍ଜୁ କରାଯାଇଥିବା ଜଣାପଡିଛି । କ୍ରାଇମବ୍ରାଂଚ ସୂତ୍ରରୁ ପ୍ରକାଶ ଯେ, କିଛିଦିନ ହେବ କଳାହାଣ୍ଡିରେ ବନ୍ୟପ୍ରାଣୀ ଅଙ୍ଗପ୍ରତ୍ୟଙ୍ଗ ଚୋରାଚାଲାଣ କରାଯାଉଥିବା ବିଷୟ ଏସଟିଏଫ ଠାରେ ଖବର ମିଳିବା ପରେ ଜଣେ ଡିଏସପି ସେ ସଂପର୍କରେ ତଦନ୍ତ କରିବା ପାଇଁ ଭବାନୀପାଟଣା ଠାରେ ଡେରା ପକାଇ ଘଟନା ଉପରେ ତୀକ୍ଷ୍ଣ ନଜର ରଖିଥିଲେ । ଘଟଣା ଦିନ ଏକ ଲଡ୍ଜରେ ଉକ୍ତ ସାମଗ୍ରୀ ଡିଲ ହେବାକୁଥିବା ଖବର ପାଇ ଏସଟିଏଫ ଟିମ କଡା ନଜର ରଖିଥିବା ବେଳେ ଅଭିଯୁକ୍ତ ମାନେ ସେସବୁ ସାମଗ୍ରୀ ବିକ୍ରୀ ପାଇଁ ମୂଲଚାଲ କରୁଥିବା ବେଳେ ଏସଟିଏଫ ସେମାନଙ୍କୁ କାବୁ କରିନେଇଥିବା ପ୍ରକାଶ । ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ବାଘ ଛାଲ ୨୪୫ ସେ.ମି. ଲମ୍ବ ହୋଇଥିବା ବେଳେ ହାତୀ ଦାନ୍ତ ୫୦ ସେ.ମି. ର ବୋଲି ଜଣାପଡିଛି । ଜବତ ସାମଗ୍ରୀକୁ ଡେରାଡୁନ ସ୍ଥିତ ପରୀକ୍ଷାଗାରକୁ ପଠାଯାଇ ବନ୍ୟଜନ୍ତୁକୁ କିପରି ବାବେ ମରାଯାଇଛି କେବେ ମରାଯାଇଛି ସେସବୁ ସଂପର୍କରେ ଅନୁଧ୍ୟାନ କରାଯିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ଏସଟିଏଫ ସୂତ୍ରରୁ ପ୍ରକାଶ । ଏସବୁ ଘଟଣାରେ କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ପକ୍ଷରୁ ସବୁ ପ୍ରକାର ସହେଯାଗ କରାଯାଇଥିବା ବେଳେ ଜବତ ବାଘଛାଲର ଆଖି ତଳକୁ ଏକ କଣା ଥିବା ହେତୁ ତାହା ମୁହଁରେ ଆଘାତ କରି ମରାଯାଇଥରବା ଏବଂ ଚମଡା ଦେଖି ତାହା ୭/୮ ବର୍ଷର ଅଣ୍ଡିରା କଳରାପତରିଆ ବାଘର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ଏସିଏଫ ପ୍ରକାଶ କରିଛନ୍ତି । ଏହି କାରବାରରେ ଛତିଶଗଡର ଜଣେ ସଂପୃକ୍ତ ଥିବା ହେତୁ ଏହି କାରବାର ର ଚେର ଆନ୍ତ ରାଜ୍ୟ ଚୋରା କାରବାର ସହ ସଂପୃକ୍ତି ଥିବା ସନେ୍ଦହ ପ୍ରକାଶ ପାଉଛି । ଅଭିଯୁକ୍ତ ମାନଙ୍କୁ ଭବାନୀପାଟଣା ସ୍ଥିତ ଅଦାଲତରେ ପେଶ କରାଯିବା ପରେ ମାନ୍ୟବର ଅଦାଲତ ସେମାନଙ୍କ ଜାମିନ ଖାରଜ କରିଦେଇ ଥିବା ବେଳେ କ୍ରାଇମ ବ୍ରାଂଚ ପକ୍ଷରୁ ସେମାନଙ୍କୁ ଅଧିକ ତଦନ୍ତ ପାଇଁ ରିମାଣ୍ଡରେ ନେଇଥିବା ପ୍ରକାଶ । ବନ୍ୟଜନ୍ତୁକୁ କିଏ କିପରି ଭାବେ ମାରି ଏପରି ଚୋରା କାରବାର କରୁଛି ସେସବୁର ତଦନ୍ତ ଜାରି ରହିଥିବା ଜଣାପଡିଛି । ଏହି ଘଟଣାରୁ କଳାହାଣ୍ଡିରୁ ଆନ୍ତରାଜ୍ୟ କାରବାର ହେଉଥିବା ମଧ୍ୟ ସନେ୍ଦହ ପ୍ରକାଶ ପାଇବାରେ ଲାଗିଛି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *