ଗ୍ରାମ ସେବିକା ସ୍ମିତାରାଣୀ ଆତ୍ମହତ୍ୟା ପଛରେ ଖଳନାୟକ ନୁହେଁ ବରଂ ଖଳନାୟିକା, ଫିଟୁଛି ବଡ ଗୁମର
ଯାଜପୁର, ୦୩/୧୧ (ପ୍ରତିନିଧି ନାରାୟଣ ରଥ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଂଚାୟତ ଗତମାସ ୧୬ତାରିଖରେ ସ୍ମିତାରାଣୀ ମୃତ୍ୟୁ ରହସ୍ୟକୁ ନେଇ ରାଜ୍ୟରେ ଯେଉଁ ଚର୍ଚ୍ଚା ଧରିଥିଲା ଦିନକୁ ଦିନ ତାହା ଅଧିକ ଗମ୍ଭୀର ହେବାରେ ଲାଗିଛି । ଏହାକୁ ନେଇ ବିରୋଧୀ ବିଜେପି ଏବଂ କଂଗ୍ରେସ ରାଜ୍ୟ ବ୍ୟାପି ବିରୋଧଭ୍ୟାସ ଜାରି ରଖିଥିବା ବେଳେ ଏହାକୁ ନେଇ ବିଧାନସଭା ଅଚଳ କରବାକୁ ମଧ୍ୟ ଚେତବନୀ ଦିଅଗଲାଣି । ରାଜ୍ୟ ମହିଳା କମିଶନ ମଧ୍ୟ ଏହାର ତଦନ୍ତ ଭାର କ୍ରାଇମବ୍ରାଂଚକୁ ଦେବା ପାଇଁ ସୁପାରିଶ କରିଥିବା ବେଳେ ଏବ ଏହି ଘଟଣାରେ ନୁଆଁ ଟୁଇଟ୍ସ ଦେଖିବାକୁ ମଳିଛି । ଗୋଟିଏ ପଟେ ସ୍ମିତାରାଣୀ ଏବଂ ରୁପେଶ କିଣିଥିବା ସୁନାଗହଣା ଦୋକାନରୁ ସୁନାକିଣିଥିବା ତଥ୍ୟ ପୋଲିସ ସଂଗ୍ରହ କରୁଥିବା ବେଳେ ତାଙ୍କ ସମ୍ପର୍କର ଅନ୍ୟଦିଗ ଖୋଜିବାରେ ବ୍ୟସ୍ତ ରହିଛି ପୋଲିସ । ହେଲେ ଏବେ ହରିଦାସପୁର ପଂଚାୟତ ସାରା ଅନ୍ୟଏକ ଚର୍ଚ୍ଚା ଏହାକୁ ବେଶ ଖୋରାକ ଯୋଗାଇବା ସହିତ ରୁପେଶ ଏଥିରେ ବିଲୁକୁଲ ନିର୍ଦୋଷ ଏବଂ ତାଙ୍କୁ ପସାଇଦିଆଯାଇଥିବା ନେଇ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଛି । ଏପରକି ଏହି ଘଟଣା ପଛରେ ନାୟକ ନୁହେଁ ବରଂ ଖଳନାୟକ ସାଜିଥିବା ଜଣେ ମହିଳାଙ୍କ ନାମ ସହିତ ଅନ୍ୟ କେତେକ ନାମ ମଧ୍ୟ ଚର୍ଚ୍ଚା ହେବାରେ ଲାଗିଛି । ଏପରକି ରୁପେଶଙ୍କ ବ୍ୟକ୍ତିଗତ କାର୍ଯ୍ୟଳୟ ଚାଲିଥିବା ରଙ୍ଗଶାଳାରେ ଏହି ଘଟଣା ଘଟିନଥିବା ମଧ୍ୟ ଚର୍ଚ୍ଚାରେ ସାମଲି ରହିଛି । ତେବେ ଘଟଣାର ର ପକୃତ ରହସ୍ୟ ଉଠାଇବାକୁ ତଦନ୍ତ ପକ୍ରିୟାରେ ପରିବର୍ତ୍ତନ ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଇବା ସହିତ ରୁପେଶଙ୍କ ପାଇଁ ଗ୍ରାମବାସୀ ଏକାଠି ହେଉଥିବା ଦେଖିବାକୁ ମିଳିଛି ।
ଏହାର ଅଧିକ ତଥ୍ୟ ଜାଣିବା ପାଇଁ ଆମ ୱେବ୍ ସାଇଟ୍ ଭିଜିଟ୍ କରୁଥାନ୍ତୁ।