CAA ସମର୍ଥନରେ ଖୋର୍ଦ୍ଧାରେ ଶୋଭାଯାତ୍ରା
ଖୋର୍ଦ୍ଧା: ନାଗରିକତା ସଂଶୋଧନ ଆଇନ ବିରୋଧରେ ଜଳୁଛି ଅଧା ଭାରତ । ଦେଶର ଅଧିକାଂଶ ସ୍ଥାନରେ ଏହି ଆଇନ ବିରୋଧରେ ବିକ୍ଷୋଭ ପ୍ରତିବାଦ ଜାରି ରହିଛି । ମାତ୍ର ଖୋର୍ଦ୍ଧା ଜିଲ୍ଲା ଜଟଣୀ ଏବଂ ବାଲୁଗାଁ-ବାଣପୁରରେ କେନ୍ଦ୍ର ସରକାର ଆଣିଥିବା ନାଗରିକତା ସଂଶୋଧନ ଆଇନ ସମର୍ଥନରେ ଶୋଭାଯାତ୍ରା କରାଯାଇଛି ।
ଜଟଣୀର ଭାରତମାତା ସୁରକ୍ଷା ସମିତି ପକ୍ଷରୁ ଶୋଭାଯାତ୍ରା କରାଯାଇଛି । ସେହିପରି ବାଲୁଗାଁ-ବାଣପୁରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଶୋଭାଯାତ୍ରା କରାଯାଇଛି ।