02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

CAAକୁ ଖୋର୍ଦ୍ଧାରେ ବିରୋଧ

ଖୋର୍ଦ୍ଧା : ନାଗରିକତା ସଂଶୋଧନ ଆଇନ ବିରୋଧରେ ଜଳୁଛି ଅଧା ଭାରତ । ଦେଶର ଅଧିକାଂଶ ସ୍ଥାନରେ ଏହି ଆଇନ ବିରୋଧରେ ବିକ୍ଷୋଭ ପ୍ରତିବାଦ ଜାରି ରହିଛି । ସେହିପରି ସୋମବାର ଖୋର୍ଦ୍ଧା ଜିଲ୍ଲା ଆଞ୍ଜୁମାନ ଏ ଇସ୍ଲାମିଆ ସଂଗଠନ ପକ୍ଷରୁ ନାଗରିକତା ସଂଶୋଧନ ଆଇନକୁ ଜୋରଦାର ବିରୋଧ କରାଯାଇଛି ।

ସଂଗଠନ ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା ବାହାରି ବିଜେପି, ମୋଦି ଓ ଶାହଙ୍କ ବରୋଧରେ ନାରାବାଜି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେହିପରି ଏହି ବିଲକୁ ରଦ୍ଦ କରିବା ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *