Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ସରସ୍ବତୀ ଶିଶୁ ମନ୍ଦିରରେ ଅଷ୍ଟାଦଶ ବାର୍ଷିକ ଉତ୍ସବ ପାଳିତ

1 min read

ପୁରୁଷୋତ୍ତମପୁର (ସଖପ୍ର): ଆଜି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ସହର ସରସ୍ବତୀ ଶିଶୁ ମନ୍ଦିରରେ ଅଷ୍ଟାଦଶ ବାର୍ଷିକ ମହୋତ୍ସବ ମହା ଆଡମ୍ବରରେ ପାଳନ କରାଗଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ତଥା ଖଲିକୋଟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟମଣି ବୈଦ୍ୟ ଦୀପ ପ୍ରଜ୍ଵଳନ କରି କର୍ଯ୍ୟକ୍ରମକୁ ଶୁଭ ଆରମ୍ଭ କରିଥଲେ। ଉକ୍ତ କାର୍ଯ୍ୟକ୍ରମରେ ସଭାପତି ଶ୍ରୀଯୁକ୍ତ ଜଗବନ୍ଧୁ ଦଳାଇ ଅଧକ୍ଷତା କରିଥିଲେ। ସମ୍ଫାଦକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ବେହେରା ସ୍ୱାଗତ ଭାଷଣ ସହିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। କୋଷାଧକ୍ଷ ଶ୍ରୀଯୁକ୍ତ ରାଜ କିଶୋର ସଶମଲ ସହଯୋଗ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ନିରଞ୍ଜନ ଡାକୁଆ ବାର୍ଷିକ ବିବରଣୀ ପାଠ କରିଥିଲେ।

ସମ୍ନାନୀତ ଅତିଥି ନଗର ବିଜେଡି ସଭାପତି ପ୍ରଭାତ କୁମାର ପଟ୍ଟନାୟକ ଏବଂ ପ୍ରେମାନନ୍ଦ ସାହୁ, ମୁଖ୍ୟବକ୍ତା ଭାବରେ ଶ୍ରୀଯୁକ୍ତ ପ୍ରତାପ କେଶରୀ ଦାମଲ ଯୋଗ ଦେଇଥିଲେ। କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କାର ବିତରଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବହୁତ ସୁନ୍ଦର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଦେଖି ଅଭିଭାବକ ମାନେ ବହୁତ ଖୁସି ଅନୁଭବ କରିଥିଲେ। ଏହି କାର୍ଯ୍ୟକ୍ରମ ସରସ୍ବତୀ ଶିଶୁମନ୍ଦିରର ଆଚାର୍ଯ୍ୟା,ଆଚାର୍ଯ୍ୟ ଏବଂ ପରିଚାଳନା କମିଟିଙ୍କ ସହଯୋଗରେ ସଫଳ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଶ୍ରୀମତୀ ସୁନାରାଣୀ ପାଳ ପରିଚାଳନା କରିଥିବାବେଳେ ସହ ସମ୍ପାଦକ ଅକ୍ଷୟ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *