Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କୋରାପୁଟ ଜିଲ୍ଲାର ସମୀକ୍ଷା କଲେ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ମନ୍ତ୍ରୀ

1 min read

କୋରାପୁଟ (ସଖପ୍ର): କୋରାପୁଟ ସର୍କିଟହାଉସ ଠାରେ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ କୋରାପୁଟ ଜିଲ୍ଲାର ସମୀକ୍ଷା କରିଥିବା ଜଣାପଡିଛି। କାମ ଶୀଘ୍ର ହେଲେ ୨୦୨୩ ଡିସେମ୍ବର ସୁଦ୍ଧା କୋରାପୁଟ ଜିଲ୍ଲାରେ ଲୋକମାନେ ଘରକୁ ଘର ପାନୀୟ ଜଳ ପାଇପାରିବେ ବୋଲି ସେ ପ୍ରକାଶ କରିଛନ୍ତି। କୋରାପୁଟ ଜିଲ୍ଲାରେ ଜଳଯୋଗାଣ କାର୍ଯ୍ୟ ସନ୍ତୋଷଜନକ ଥିବା ସେ ସୂଚନା ଦେଇଛନ୍ତି। କୋରାପୁଟ ଜିଲ୍ଲାରେ ୯ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ସ୍ଥାପନ କରାଯିବ ବୋଲି ସେ ପ୍ରକାଶ କରିବା ସହ ବୈପାରିଗୁଡାଠାରେ ଆଜି ଭୂମିପୂଜନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

ନିର୍ମାଣ ନିମନ୍ତେ ଯେଉଁଠି ବିବାଦ ଉପୁଜିବ ତାହାର ସମାଧାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ସମୀକ୍ଷା ବୈଠକରେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ,ଜିଲ୍ଲା ମଙ୍ଗଳ ଅଧିକାରୀ ସୁନୀଲ କୁମାର ତାଣ୍ଡି, କୋରାପୁଟ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ କାରୁ ସୋରେନ ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ସଂଜୟ କୁମାର କେସପଟା, ଜୟପୁର ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଗୋପୀନାଥ ସାରକା ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଭାକର ଦାସ ଏବଂ ଗ୍ରାମୀଣ ପାନୀୟ ଜଳଯୋଗାଣ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।ଏଥିପୂର୍ବରୁ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ସର୍କିଟହାଉସ ଆସି ମନ୍ତ୍ରୀଙ୍କୁ ସାକ୍ଷାତ କରି କିଛି ସମୟ ଆଲୋଚନା କରିଥିଲେ ବୋଲି ଜଣାପଡିଛି। ଏହି ବୈଠକରେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ଓ ବଳଭଦ୍ର ମାଝି ଏବଂ କୋରାପୁଟ ଜିଲ୍ଲା ବିଜେପି ସଭାପତି ସୁମନ୍ତ ପ୍ରଧାନ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା ।

କୋରାପୁଟ ପ୍ରତିନିଧି ପବିତ୍ର ମୋହନ ସେଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *