Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ପ୍ରେସ୍କାଉନସିଲ୍ ଅଫ୍ ଇଣ୍ଡିଆ ସଭ୍ୟ ମନୋନୀତ

1 min read

ଭୁବନେଶ୍ୱର ୭/୧୦ (ସଖପ୍ର): ଓଡିଶାର ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ (ପିସିଆଇ) ସଭ୍ୟ ଭାବେ ମନୋନୀତ ହୋଇଛନ୍ତି । ଏହି ସମ୍ମାଜନକ ପଦବୀ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି । ସଂପ୍ରତିି ଜାତୀୟ ସାମ୍ବାଦିକ ୟୁନିଅନର ମହାସଚିବ ଓ ଓଡିଶା ସାମ୍ବାଦିକ ୟୁନିଅନ (ଓୟୁଜେ)ର ସଭାପତି ଥିବା ଶ୍ରୀ ମହାନ୍ତି ଦୀର୍ଘ ଦିନ ଧରି ଓଡିଶା ସାମ୍ବାଦିକତା ଜଗତରେ କାର୍ଯ୍ୟ କରିଆସୁଛନ୍ତି ।
ଜଣେ ଆଗଧାଡିର ରାଜନୈତିକ ସମୀକ୍ଷକ ଭାବେ ବେଶ ପରିଚିତ ଶ୍ରୀ ମହାନ୍ତି ଆଗାମୀ ତିନି ବର୍ଷ ପାଇଁ ପିସିଆଇ ସଭ୍ୟଭାବେ ମନୋନୀତ ହୋଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ତାଙ୍କୁ ବିପୁଳ ସ୍ୱାଗତ କରାଯାଇଛି । ଗତକାଲି ଭାରତୀୟ ପ୍ରେସ୍ କାଉନସିଲ୍ ତରଫରୁ ଶ୍ରୀ ମହାନ୍ତିଙ୍କ ମନୋନୟନ ସମ୍ପର୍କରେ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି । ଗଣମାଧ୍ୟମ ସୁରକ୍ଷା ଓ ସାମ୍ବାଦିକଙ୍କ ସାମୁହିକ ସ୍ୱାର୍ଥକୁ ପ୍ରାଥମିକତା ଦେଇ କାର୍ଯ୍ୟ କରିବା ଲାଗି ଏହା ଏକ ସର୍ବୋକୃଷ୍ଟ ସୁଯୋଗ ବୋଲି ଶ୍ରୀ ମହାନ୍ତି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *