Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଋଣଭାର ସହି ନପାରି କନ୍ତିଆ ଗାଁର ଯଦୁନାଥ ମଲ୍ଲିକ ଆତ୍ମହତ୍ୟା କରିଥିବା ସୂଚନା

1 min read

ଯାଜପୁର ସଖପ୍ର): ବରୀ ବ୍ଲକ ବୋଦୁଅ ପଂଚାୟତ କନ୍ତିଆ ଗାଁରେ ଦେଖିବାକୁ ମିଳିଛି ଏଭଳି ହୃଦୟ ବିଦାରକ ଘଟଣା । ଋଣଭାର ସହି ନପାରି କନ୍ତିଆ ଗାଁର ଯଦୁନାଥ ମଲ୍ଲିକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । କରୋନା ଯୋଗୁ ଦୁଇବର୍ଷ ଧରି ଯଦୁନାଥ ଚାଷରେ କ୍ଷତି ସହି ଆସୁଥିବା ବେଳେ ମାନସିକ ଚାପରେ ମଧ୍ୟ ରହୁଥିଲେ । ଏବଂ ଏନେଇ ଚଳିତ ବର୍ଷ ଚାଷ ନକରିବାକୁ ନିଷ୍ପତି ନେଇଥିଲେ । ହେଲେ ମୁଣ୍ଡ ଉପରେ ପରିବାରର ବୋଝ, ଚାଷ ନକଲେ ବର୍ଷସାରା ଖାଇବେ କଣ? ସେଥିପାଇଁ ପୁଣି ଧାର କରଜ କରି ଧାନ ଫସଲ କରିଥିଲେ । ହେଲେ ବର୍ଷା ଅଭାବରୁ ଧାନ ଫସଲ ନଷ୍ଟ ହୋଇଗଲା । ତେବେ କରଜ କିଭଳି ସୁଝିବେ ଭାବି ଗୁରୁବାର ସକାଳ ୯ଟାରେ ଘର ପାଖରେ ଥିବା ଜଙ୍ଗଲରେ ରସି ଲଗାଇ ଆତ୍ମହତ୍ୟା କରିଥିବା ନେଇ ପୁଅ ଭକ୍ତବନ୍ଧୁ ବିଞ୍ଝାରପୁର ଥାନାରେ ଲିଖିତ ଆକାରରେ ଜଣାଇଥିଲେ । ପରେ ବିଞ୍ଝାରପୁର ପୋଲିସ ଘଟଣା ସ୍ଥଳରେ ପହଂଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ସୂଚନା ମିଳିଛି ।

ଯାଜପୁର ପ୍ରତିନିଧି ନାରାୟଣ ରଥ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *