Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ନବରଙ୍ଗପୁର ନୂତନ ପର୍ଯ୍ୟବେକ୍ଷକ ତଥା କ୍ରୀଡାମନ୍ତ୍ରୀଙ୍କ ଉମରକୋଟ ଗସ୍ତ

1 min read

ନବରଙ୍ଗପୁର ଜିଲ୍ଲା/ ଉମରକୋଟ ୧୭/୦୭(ସଖପ୍ର): ରାଜ୍ୟ କ୍ରୀଡ଼ା, ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା ନୂତନଭାବେ ନବରଙ୍ଗପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଉମରକୋଟରେ କର୍ମୀସମ୍ମିଳନୀରେ ଯୋଗ ଦେଇଥିଲେ। ସରକାରଙ୍କ ଉନ୍ନତି ମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ। ତ୍ରିସ୍ତରୀୟ ନିର୍ବାଚନ ଥିବାରୁ ଗ୍ରାମ ସ୍ତରରେ ବି ଜେ ଡ଼ି ର ମଜଭୁତ ସ୍ଥିତି ବଜାୟ ରଖି ୱାଡ଼ ମେମ୍ବରରୁ ଆରମ୍ଭ କରି ସରପଞ୍ଚ ସମିତି ସଭ୍ୟ, ବ୍ଲକ ଚେୟାରମ୍ୟାନ, ଜିଲ୍ଲାପରିଷଦ ସମସ୍ତେ ବି ଜେ ଡ଼ି ର ଜିତିବେ ଏହା ଆମର ମୁଖ୍ୟ ଲଖ୍ୟ ଏବଂ ଆମେ ସମସ୍ତେ ବିଜୁ ସମସ୍ତେ, ପରଷ୍ପରର ସହମତି ସହକାରେ ଏକାଠି ମିଶି ଆମ ସଂଗଠନକୁ ମଜଭୁତ କରିବା ସହିତ ଆଗକୁ ଅନେକ ସବୁ ଉନ୍ନତି ମୂଳକ କାମ ଲୋକଙ୍କ ପାଇଁ କରିବାର ପ୍ରତିଶ୍ରୁତି ଦେଇଥିଲେ। ଏହି ବୈଠକରେ ମାନ୍ୟବର ସଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ, ମନ୍ତ୍ରୀ ଶ୍ରୀ ବେହେରାଙ୍କୁ ସ୍ୱାଗତ ଜଣାଇବା ସହିତ ଆଗାମୀ ଦିନରେ ନବରଙ୍ଗପୁର ଜିଲ୍ଲାରେ କ୍ରୀଡା ଭିତ୍ତି ଭୂମି ସୁଦୃଢ କରିବା ସହିତ ଯୁବ ଭାଇ ମାନଙ୍କ ଉତ୍ସାହକୁ ବୃଦ୍ଧି କରିବା ସଂଗେ କ୍ରୀଡା ତାଲିମ କେନ୍ଦ୍ର କରିବା ପାଇଁ ମଧ୍ୟ ଜଣାଇଛନ୍ତି। ଏହି କର୍ମୀ ସମ୍ମିଳନୀ ସଭାରେ ବିଜେଡିର ଝରୀଗାଁ ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମାଝୀ, ପୂର୍ବତନ ବିଧାୟକ ସୁବାସ ଗଣ୍ଡ , ଅର୍ଜୁନ ତ୍ରିପାଠୀ ପ୍ରମୋଦ ପାଢ଼ୀ, ନିବେଦିତା ମହାନ୍ତି ,ମଞ୍ଜୁଳା ମାଝୀ ,ନବୀନା ନାୟକ, ଝାଡ଼େଶ୍ୱର ମହାନ୍ତି ,ମୋତିରାମ ନାୟକ, ସୁଧାଂଶୁ କାଳୁ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରତିନିଧି ଶ୍ରୀ ଘିନୁ ପନାକା,ନବରଙ୍ଗପୁର

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *