ପୋଲିସ ମହାନିର୍ଦ୍ଦଶକ ଅଭୟ ଙ୍କ ମୋଟୁ ଗସ୍ତ
ମାଲକାନଗିରି (ସଖପ୍ର):ଆଜି ଓଡିଶା ପୋଲିସ ମହାନିର୍ଦ୍ଦେଶକ ଶ୍ରୀଅଭୟ ମାଲକାନଗିରି ଜିଲ୍ଲାର ଶେଷ ସୀମାନ୍ତ ମୋଟୁର ମୁଗି ପଏଣ୍ଟ ଠାରେ ପହଞ୍ଚି କରୋନା ସ୍ଥିତିକୁ ଅନୁଧ୍ଯାନ କରିବା ସହ ମାଓ ସମସ୍ଯା ଉପରେ ସମୀକ୍ଷା କରିଥିଲେ |ପ୍ରଥମେ ଏମଭି-୮୮ ଠାରେ ହେଲିକପ୍ଟର ଯୋଗେ ଆକାଶ ମାର୍ଗରୁ ଅବତରଣ କରିଥିବା ବେଳେ ସେଠାରୁ କଡା ସୁରକ୍ଷା ବଳୟରେ ଗାଡିରେ ବସି ମୋଟୁ ପହଞ୍ଚି ଥିଲେ |ଆନ୍ଧ୍ର ପ୍ରଦେଶ,ତେଲେଙ୍ଗନା ଏବଂ ଛତିଶ ଗଡ ରାଜ୍ଯକୁ ଲାଗି ମୋଟୁ ରହିଥିବା ବେଳେ ଏ ସବୁ ରାଜ୍ଯ ଗୁଡିକରେ କରୋନା ସଂକ୍ରମଣ ବେଶୀ |ତେବେ ଏହି ସବୁ ରାଜ୍ଯଗୁଡିକରୁ ମୋଟୁ ଚେକ୍ ପୋଷ୍ଟ ଦେଇ ଦୈନିକ ଶହ ଶହ ରୋଗୀ ମାଲକାନଗିରି ଜିଲ୍ଲାକୁ ପ୍ରବେଶ କରୁଥିବା ବେଳେ ବ୍ଯାପକ କରୋନା ସଂକ୍ରମଣ ହେବାର ସମ୍ଭାଲନା ରହିଛି |ତେଳୁ ପୋଲିସ ଏବଂ ପ୍ରଶାସନ ମିଳିତ ଭାବେ କାର୍ଯ୍ଯ କରି କରୋନାର ମୁକାବିଲା କରିବାକୁ ସେ ଆହ୍ବାନ ଦେଇଥିଲେ |ବିଶେଷ କରି ଛତିଶ ଗଡରେ ମାଓବାଦୀମାନେ
କରୋନା ଦ୍ବାରା ସଂକ୍ରମିତ ହୋଇ ପ୍ରାଣ ହରାଉଥିବା ବେଳେ ମାଲକାନଗିରି ଜିଲ୍ଲାରେ ପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ରହିଛି |ଏଥି ପ୍ରତି ବିଏସଏଫ ଯବାନମାନେ ସତର୍କତା ଅବଲମ୍ବନ କରିବା ଉପରେ ଗୁରୁତ୍ବାରୋପ କରିଥିଲେ । ମାଓବାଦୀମାନଙ୍କୁ ଅପିଲ କରିଛନ୍ତି ଯେ,ମାଓବାଦୀମାନେ ହିଂସା ଛାଡି ସାମାଜର ମୁଖ୍ଯ ସ୍ରୋତକୁ ଫେରି ଆସନ୍ତୁ |ସେମାନେ ଆତ୍ମସମର୍ପଣ କଲେ ଓଡିଶା ସରକାରଙ୍କ ଦ୍ବାରା ମାଓବାଦୀଙ୍କ ଥଇଥାନ ପାଇଁ ଆକର୍ଷଣୀୟ ବ୍ଯବସ୍ଥା ରହିଛି |ମାଲକାନଗିରି ଜିଲ୍ଲାରେ ବର୍ତ୍ତମାନ କରୋନାର ସ୍ଥିତ ନିୟନ୍ତ୍ରଣାଧିନ ରହିଥିବା ସେ ସମୀକ୍ଷା କରିବା ସହ ବିଏଏଫ ଯବାନ ଏବଂ ଓଡିଶା ପୋଲିସର କାର୍ଯ୍ଯକୁ ପ୍ରଶଂସା କରିଥିଲେ |ଏହା ବ୍ଯତୀତ ଏମଭି-୮୮ ଠାରେ ନବ ନିର୍ମିତ ପୋଲିସ ଫାଣ୍ଡିକୁ ଉଦ୍ଘାଟନ କରିବା ସହ ରୁଦ୍ଧ ଦ୍ବାର ବୈଠକ କରିଥିଲେ |ଅନ୍ଯମାନଙ୍କ ମଧ୍ଯରେ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଆର.କେ.ଶର୍ମା,ଆଇଜି ପୋଲିସ ପର୍ସନାଲ ଏସ. ପ୍ରବୀଣ କୁମାର, ମାଲକାନଗିରି ଏସପି ଋଷିକେଶ ଡି ଖିଲାରୀ ,ଏସଡିପିଓ ଅଂଶୁମାନ ଦ୍ବିବେଦୀ ପ୍ରମୁଖ ଉପସ୍ଥିତ ଥିଲେ |ଦେଖିବାକୁ ବାକି ରହିଲା ଏହି ଗସ୍ତ ମାଓବାଦୀଙ୍କ ଉପରେ କି ପ୍ରଭାବ ପକାଉଛି |