Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଔଷଧ ଦୋକାନରେ ବିକ୍ରୀ ହେଉଥିଲା ଗୁଟଖା ଓ ସିଗାରେଟ, ମାଲିକ ଟୁକୁ ସିହ୍ନା ଓ ୨ କର୍ମଚାରୀ ଗିରଫ

1 min read

ଭଦ୍ରକ(ସଖପ୍ର): ଆଜି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଥିବା ଦିନଦୟାଲ ଔଷଧ ଦୋକାନକୁ ସିଲ୍ କରିବା ସହିତ ୨୫ ହଜାର ଟଙ୍କା ଜୋରିମାନା ଓ ମାଲିକ ଟୁକୁ ସିହ୍ନା ଓ ୨ କର୍ମଚାରୀ ଗିରଫ ହୋଇଛନ୍ତ | ଦିନଦୟାଲ ମେଡ଼ିସିନ ଷ୍ଟୋର ଭଦ୍ରକ ସହରରେ ଏକ ପ୍ରତିଷ୍ଠିତ ଔଷଧ ଦୋକାନ । ଦୀର୍ଘ ବର୍ଷ ହେବ ଏହି ପ୍ରତିଷ୍ଠାନଟି ନିଜର ବ୍ୟବସାୟ କରିଆସୁଛି । ଔଷଧ ଦୋକାନୀ ଙ୍କ ବ୍ୟବସାୟ ମଧ୍ୟ ଦିନକୁ ଦିନ କମି ଯାଉଥିବା ଦୋକାନ ମାଲିକମାନଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ସରକାରଙ୍କର ନିରାମୟ ଯୋଜନା ପାଇଁ ଔଷଧ ଦୋକାନୀ ମାନେ ତାଙ୍କ ଜୀବିକା ହରେଇବାକୁ ବସିଲେଣି। ସେଥିପାଇଁ ଔଷଧ ଦୋକାନୀ ଘୁଟକା ଓ ସିଗାରେଟ ବିକିବାକୁ ପ୍ରସ୍ତୁତ ହେଉଛନ୍ତି । ମାଗଣାରେ ଔଷଧ ମିଳୁଥିବା ହେତୁ ରୋଗୀ ମାନେ ଔଷଧ ଦୋକାନ ମାଟି ମାଡୁ ନାହାନ୍ତି। ବାଧ୍ୟହୋଇ ଦୋକାନୀ ଗୁଟୁଖା ଓ ସିଗାରେଟ ବିକ୍ରି କରୁଥିବା ପରୋକ୍ଷରେ ମତ ଦେଇଛନ୍ତି।

ଆଜି ସଟଡାଉନରେ ପ୍ରଶାସନ ଓ ପୋଲିସର ମିଳିତ ସହଯୋଗରେ ଦୋକାନରେ ସାମାଜିକ ଦୂରତା ଉଲ୍ଲଂଘନ ଓ ନିଶା ଓ ଗୁଟୁଖା ସାମଗ୍ରୀ ବିକ୍ରୀ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନେଇଛି ଜିଲ୍ଲା ପ୍ରଶାସନ |

ଭଦ୍ରକ ପ୍ରତିନିଧି ଆଶିଷ ରଞ୍ଜନ ପତି

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *