Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଆଇନଜୀବୀଙ୍କ ନଭେମ୍ବର ୧ଯାଏ ହାଇକୋର୍ଟ ବର୍ଜନ ନିଷ୍ପତ୍ତି

1 min read

କଟକ: ଆଇନଜୀବୀଙ୍କ ଅଦାଲତ ଅବମାନନା କେସକୁ ନେଇ ହାଇକୋର୍ଟ ଫୁଲ୍ ବେଞ୍ଚ ବିରୋଧ କରି ନଭେମ୍ବର ୧ ଯାଏଁ କୋର୍ଟ ବର୍ଜନ ପାଇଁ ହାଇକୋର୍ଟ ବାର ଆସୋସିଏସନର ସ୍ଥିର କରିଛି ବୋଲି ହାଇକୋର୍ଟ ବାର୍ ଆସୋସିଏସନ୍ ସଭାପତି ଗୋପାଳକୃଷ୍ଣ ମହାନ୍ତି ସୂଚନା ଦେଇଛନ୍ତି । କଲେଜିଅମ ବ୍ୟବସ୍ଥାର ଉଚ୍ଛେଦ ଦାବି ନେଇ ଆସନ୍ତା କାଲି ପୁଣି ବାର ଆସୋସିଏସନରର ବୈଠକ ବସିବ ।
ଉଲ୍ଲେଖଯୋଗ୍ୟ ଯେ, ଗତ ୧୫ ତାରିଖ ଦିନ ମୁଖ୍ୟ ବିଚାରପତି ଫୁଲ୍ ବେଞ୍ଚରେ ଶୁଣାଣି କରି ରାଜ୍ୟର ସମସ୍ତ ବାର ଆସୋସିଏସନ ଓ ହାଇକୋର୍ଟ ବାର ଆସୋସିଏସନକୁ ଅଦାଲତ ଅବମାନନା ନୋଟିସ ଜାରି କରିଥିଲେ ଆଜି ଏହାର ଦ୍ଵିତୀୟ ଶୁଣାଣି ହୋଇଥିବା ବେଳେ ପରବର୍ତ୍ତୀ ଶୁଣାଣି ନଭେମ୍ବର ୪ ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *