09/21/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜୟପୁର ବ୍ଲକ ଅନ୍ତା ପଞ୍ଚାୟତରେ ଅଙ୍ଗନବାଡି ଗୃହ ନିର୍ମାଣ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ

କୋରାପୁଟଜିଲ୍ଲା/ଜୟପୁର୨୬/୧୧(ସଖପ୍ର): ଜୟପୁର ବ୍ଲକ ଅନ୍ତା ପଂଚାୟତର ରାଣୀପୁଟ ଗ୍ରାମରେ ଏକ ଅଙ୍ଗନବାଡି ଗୃହ ନିର୍ମାଣ କାର୍ଯ୍ୟରେ ଅନିୟମିତତା ଦେଖିବାକୁ ମିଳିଛି। ଅଙ୍ଗନବାଡି କେନ୍ଦ୍ର ବର୍ତ୍ତମାନ ଭଡା ଘରେ ଚାଲୁ ରହିଛି, ଆଜକୁ ପ୍ରାୟ ୮ବର୍ଷ ହେଲା ଏହି ଅଙ୍ଗନବାଡି ଗୃହ ୨୦୧୨ ଠାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ ହୋଇପାରି ନାହିଁ। ବର୍ତ୍ତମାନ ଏହି ଗୃହର ଅବସ୍ଥା ଯାହା ଦେଖିବାକୁ ମିଳିଛି ଛାତ ପଡିବା ପୂର୍ବରୁ ଘର ଭୁଷୁଳି ଯିବାର ସମ୍ଭାବନା ମଧ୍ୟ ରହିଛି। ଏହି ଗୃହ ନିର୍ମାଣ ପ୍ରଥମେ ଜୟପୁର ବ୍ଲକ ଅନ୍ତା ପଂଚାୟତର ସେକସନ ଦାୟିତ୍ୱରେ ଥିବା ଭାରପ୍ରାପ୍ତ କନିଷ୍ଠ ଯନ୍ତ୍ରୀ ନିଜ ନାମରେ ୱାର୍କ ଅର୍ଡର ରଖି କାର୍ଯ୍ୟକୁ ଆରମ୍ଭ କରିଥିଲେ। ଯାହା ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ କିନ୍ତୁ ଏବେ ଏହା ଏକ ସରକାରଙ୍କ ପ୍ରତି ବଡ଼ ପ୍ରଶ୍ନ ସୃଷ୍ଟି କରୁଛି, ସରକାରଙ୍କ ଯୋଜନାରେ ଏଭଳି କିଛି ସରକାରୀ କର୍ମଚାରୀ ମାନେ ଦୁର୍ନୀତିରେ ଲିପ୍ତରହି ସରକାରୀ ଅର୍ଥକୁ ହଡପ କରିବାର ନମୁନା ରହିଛି। ଏହି ବିଷୟରେ ଜୟପୁର ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, କାର୍ଯ୍ୟକ୍ରମ ଚାଲିଛି କାମ ହୋଇଯିବ କିନ୍ତୁ କାନ୍ଥ ଗୁଡାକର ଅବସ୍ଥା ଯାହା ହୋଇଛି ମାଟିରେ ମିଶିଯିବାର ମଧ୍ୟ ସମ୍ଭାବନା ରହିଛି। ରାଣୀପୁଟ ଗ୍ରାମ ବାସୀଙ୍କ କହିବା ଅନୁସାରେ ଯାହା ଦେଖିବାକୁ ମିଳିଛି, ଏହି ଗୃହନିର୍ମାଣ କାର୍ଯ୍ୟରେ ବହୁତ ବଡ଼ ଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଜିଲ୍ଲା ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବୀ କରୁଛନ୍ତି।

.

କୋରାପୁଟ ଜିଲ୍ଲା ପ୍ରତିନିଧି ଗଜେନ୍ଦ୍ର ସାହୁ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *