କାଳୀକୃଷ୍ଣ ସଂଘ ତରଫରୁ କରୋନା ସଚେତନତାକୁ ନେଇ ମୋଟର ସାଇକେଲ ରାଲି

ଜୟପୁର ୧୫/୧୧(ସଖପ୍ର): ଆଜି କାଳୀକୃଷ୍ଣ ସଂଘ ତରଫରୁ କରୋନା ସଚେତନାକୁ ନେଇ ମୋଟର ସାଇକେଲ ରାଲି କରାଯାଇଛି। ସଦ୍ ଗୁୁରୁଦେବ ସ୍ବାମୀ ସତ୍ୟାନନ୍ଦ ସରସ୍ବତୀ ମହାରାଜାଙ୍କ ଦ୍ବାରା ପ୍ରତିଷ୍ଠିତ କାଳୀକୃଷ୍ଣ ସଂଘ ବିଗତ ୩୬ ବର୍ଷ ଧରି ସମାଜରେ ଆଧ୍ୟାତ୍ମିକତାର ଜାଗରଣ କରିବା ସହ ରକ୍ତ ଦାନ ଶିବିର, ବୃକ୍ଷ ରୋପଣ, ଅନାଥ ଶିଶୁ ତଥା ବୃଦ୍ଧାଶ୍ରମକୁ ସାହାଯ୍ୟ ସହଯୋଗ କରି ଆସୁଛି । ବିଗତ ଦିନ ମାନଙ୍କରେ କାଳୀକୃଷ୍ଣ ସଂଘ ଜୟପୁର ଫ୍ଲେକ୍ସ ମାଧ୍ୟମରେ କରୋନା ସଚେତନା କରିବା ସହ ଅସହାୟଙ୍କୁ ଖାଦ୍ୟ ବଣ୍ଟନ କରିବା ସହ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଟ-୫୦,୦୦୦ / ଲେଖାଏଁ ସଂଘ ତରଫରୁ କରୋନା ପିଡୀତାଙ୍କ ସାହାର୍ଯ୍ୟାର୍ଥେ ଅର୍ଥ ସାହାଯ୍ୟ କରାଯାଇଥିଲା।
କରୋନା ମହାମାରୀରେ ଆକ୍ରାନ୍ତ ଏବଂ ମୃତ୍ୟୁ ସଂଖ୍ୟା କମିବାରେ ଲାଗିଛି ତଥାପି ବିଶେଷଜ୍ଞ ମାନଙ୍କ ମତ ଯେ ଶୀତ ଋତୁରେ ଏହାର ପ୍ରକୋପ ବଢିବାର ବିଶେଷ ସମ୍ଭାବନା ରହିଛି। ଏଣୁ କାଳୀକୃଷ୍ଣ ସଂଘର ସଭ୍ୟମାନେ ୫୦ ଗୋଟିରୁ ଅଧିକ ମଟର ସାଇକେଲରେ ରାଲି କରି ସଚେତନତା ଫ୍ଲାଗ୍ କାର୍ଡ ଧରି ଜୟପୁର ସହର ପରିକ୍ରମା କରିବା ସହ ପରିତ୍ୟକ୍ତ ବସ୍ତିମାନଙ୍କୁ ଯାଇ କରୋନା ସଚେତନତା ପାଇଁ ପ୍ରୟାସ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜୟପୁର ସହରର ଜଣେ ବରିଷ୍ଠ ସମାଜ ସେବୀ ଶ୍ରୀଯୁକ୍ତ ଦେବେନ୍ଦ୍ର ଅଧିକାରୀ ପତକା ଦେଖାଇ ଆରମ୍ଭ କରାଇଥିଲେ।
କାଳୀକୃଷ୍ଣ ସଂଘ ପରିଚାଳକ
ଶ୍ରୀ ଜଗଦାନନ୍ଦଜୀ