10/22/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପୁଣି ମହାନତା ଦେଖାଇଲେ କାଲିମେଳା ତହସିଲଦାର…

ପୁଣି ମହାନତା ଦେଖାଇ ମାଲକାନଗିରି (ସ.ଖ. ପ୍ର ) ମାଲକାନଗିରି କାଲିମେଳା ବ୍ଳକ ଅନ୍ତର୍ଗତ ବଡିତେଟା ପଚାୟତର ମାରିଗେଟା ଗ୍ରାମର ଗଙ୍ଗା ପଡିଆମିଙ୍କ ପୁଅ ମାଲା ପଡିଆମି ( ୫୦ ) ରୁହନ୍ତି । ଗତ ୩ ବର୍ଷ ତଳେ ସେ ଏକ ଗଛରୁ ପଡି ତାଙ୍କର ଦୁଇଟି ଯାକ ଗୋଡ ଅକାମି ହୋଇଯାଇ |ଦିବ୍ଯଙ୍କ ଭାବେ ସଂଘର୍ଷ କରି ନିଜ ଜୀବନ ବିତାଉଛନ୍ତି । ତେବେ ଦୁଃଖର କଥା ଆଜକୁ ୩ ବର୍ଷ ଧରି ମାଲା ପଡିଆମି |ନିଜ ଦିବ୍ୟାଙ୍କ ଭତାପାଇଁ ବ୍ଲକ ପ୍ରଶାସନ ନିକଟରେ ଆବେଦନ କରିଥିଲେ ସୁଦ୍ଧା ବ୍ଲକ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ କୌଣଷି କାରଣରୁ ତାଙ୍କୁ ଭର୍ତା ପ୍ରଦାନ କରାଯାଇପାରିନଥିଲା ଗୋଡ ଅକାମି ହୋଇଯିବା ପରେ ମାଲା କିଛି କାମଧନ୍ଦା କରି ଘର ଚଳାଇବା ତାଙ୍କ ପ୍ରତି ବହୁତ କଷ୍ଟ ହୋଇପଡୁଥିଲା ଟଙ୍କା ପଇସାନଥିବାରୁ ବହୁ ଦୁଖରେ ପରିବାର ସଦସ୍ୟ ଜୀବନ ବିତାଉଥିଲେ । ତେବେ ଗତ ବୁଧବାର ଦିନ କାଲିମେଳା ତହସିଲଦାର ଆଲୋକ କୁମାର ଅନୁଗୁଳିଆ ମାରିଗେଟା ଗ୍ରାମ ପରିଦର୍ଶନ କରିଥିବା ବେଳେ ମାଲାଙ୍କ ବିଷୟରେ ଖବର ପାଇଁ ତାଙ୍କୁ ଘରକୁ ଯାଇ ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ ଏ ବାବଦରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଜଣାଇବା ସହ ତୁରନ୍ତ ଭତ୍ତା ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ ପରେ ଗୁରୁବାର ଦିନ ୧0 ଟା ସମୟରେ ପଞ୍ଚାୟତର ପିଇଓ ସୁନାଧର ଗୋଲରୀ ଏବଂ ବିଏସଇଓ ଦେଶା କାମରାମ ଉକ୍ତ ମାରିଗେଟା ଗ୍ରାମକୁ ଯାଇ ମାଲା କୁ ଭତ୍ତା ଟଙ୍କା ପ୍ରଦାନ କରିଛନ୍ତି ପ୍ରାୟ ୧୫ ଘଣ୍ଟା ଭିତରେ ତହସିଲଦାର ମାଲାଙ୍କ ମୁହଁରେ ହସ ଫୁଟାଇ ପାରିଛନ୍ତି |ଏପରି ମହାନତା କାର୍ଯ୍ୟପାଇଁ ତହସିଲଦାର ଶ୍ରୀ ଅନୁଗୁଳିଆ ଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟୁଛି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *