10/22/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କାଲିମେଳା ସତ୍ୟସାଇ ମନ୍ଦୀର ଭିତରୁ ଚୋରି…

ମାଲକାନଗିରି (ସ.ଖ. ପ୍ର ): ମାଲକାନଗିରି କାଲିମେଳା ସଦର ମହକୁମା ଠାରେ ଥିବା ଶ୍ରୀ ସତ୍ୟସାଇ ମନ୍ଦୀର ଭିତରୁ କେହି ର୍ଦୁବୁତ ମନ୍ଦୀର କବାଟ ତାଲା ଭାଙ୍ଗୀ ଇନଭେଟର ସହ ବ୍ୟାଟେରୀକୁ ଚୋରୀ କରିନେଇଯାଇଥିବା ଜଣାପଡିଛି । ବୁଧବାର ବିଳମ୍ବିତ ରାତିରେ ଏହି ଚୋରୀ ହୋଇଥିବା ଅନୁମାନ କରାଯାଉଛି । ଏନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଟ୍ରଷ୍ଟ ର ସଭାପତି ବିପ୍ର ଚରଣ ଦାସ କାଲିମେଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପରେ ଥାନା ଅଧିକାରୀ ସୁରଜ କୁମାର ଝାଙ୍କର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଉକ୍ତ ସତ୍ୟସାଇ ମନ୍ଦିରଟି କାଲିମେଳା ବ୍ଳକ ଏବଂଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିଷରରେ ରହିଥିବା ବେଳେ ମନ୍ଦିର ଭିତରୁ ଚୋରୀ ହେବା ଅଚଳର ଚର୍ଚ୍ଚାର ବିଷୟ ହୋଇଛି ସତ୍ୟସାଇ ବାବାଙ୍କ ପୂଜକ ରମେଶ ମହାପାତ୍ର ଗୁରୁବାର ସକାଳେ ପୂଜା କରିବା ପାଇଁ ମନ୍ଦୀରକୁ ଆସିବା ସମୟରେ ମନ୍ଦୀରରୁ ଚୋରୀ ହୋଇଥିବା ଦେଖି ପରିଚାଳନା କମିଟିକୁ ଜଣାଇଥିଲେ ତେବେ ଏହି ଚୋରୀ ଘଟଣାର କାହାର ହାତ ଅଛି ତାହା ସଠିକ ଜଣାପଡିନଥିବା ବେଳେ ତଦନ୍ତ ଚାଲିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *