ଲକଡାଉନ ସମୟରେ ଶ୍ରୀ ଜୀଉଙ୍କୁ ଦର୍ଶନ କରି ପୋଲିସ ଅଧିକାରୀ ନିଲମ୍ବିତ

ପୁରୀ : ଲକଡାଉନ ସମୟରେ ଯାଜପୁର ଜିଲ୍ଲା ବଡଚଣା ଥାନା ଅଧିକାରୀ ଦୀପକ କୁମାର ଜେନା ଖାକିରେ ଦାଗ ଲଗାଇଛନ୍ତି। 20.4.2020 :- ଶଙ୍ଖ କ୍ଷେତ୍ର ପୁରୀ ଗତକାଲି ବଡଚଣା ଥାନା ଅଧିକାରୀ ଦୀପକ କୁମାର ଜେନା ନିଜ ପରିବାର ସହ ଆସିଥିଲେ ଶ୍ରୀମନ୍ଦିରକୁ ଏକ ବିବାଦୀୟ ସ୍କର୍ପିଓ ଗାଡିରେ। ତାହା ପୁଣି ହଳଦିଆ ବତୀ ଲଗାଇ । ପୁରୀ ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ପୁଲିସ ଅଧିକାରୀ । ସିଂହଦ୍ୱାର ଥାନାରେ କେସ ନମ୍ବର ୪୦/୨୦୨୦ ରେ ରୁଜୁ ହୋଇ ଅଧିକ ତଦନ୍ତ ଚାଲିଛି । ଏ ଭିତରେ ପୋଲିସ ଡି.ଜି ଥାନା ଅଧିକାରୀଙ୍କୁ ସସପେଣ୍ଡ କରିଛନ୍ତି। ଏଠି ପ୍ରଶ୍ନ ଉଠୁଛି କରୋନା ଭଳି ମହାମାରୀ ସମୟରେ ସାରା ଭାରତ ଲକ ଡାଉନରେ ଥିବା ବେଳେ ଏବଂ ପ୍ରତ୍ୟେକ ଜିଲ୍ଲାର ସୀମା ସିଲ ହେବା ପରେ କେମିତି ବଡ଼ଚଣାରୁ ପୁରୀକୁ ୩/୪ ଜିଲ୍ଲାର ସୀମାକୁ ଅତିକ୍ରମ କରି ଆସିଲେ ଥାନା ଅଧିକାରୀ ରାଜ୍ୟ ସରକାରଙ୍କ ପୋଲିସ ବିଭାଗ ମୁଖ୍ୟ ଯୋଦ୍ଧା ଭାବେ କରୋନା ଭଳି ଯୁଦ୍ଧରେ ଲଢୁଛନ୍ତି । ଆପଣମାନେ ଘରେ ରୁହନ୍ତୁ ବୋଲି ନିବେଦନ କରିଛନ୍ତି । ହେଲେ ଏ ପୋଲିସ ଅଧିକାରୀ ତାଙ୍କର ପୋଷାକର ଅପବ୍ୟବହାର କରି ରାଜ୍ୟ ପୋଲିସ ବିଭାଗକୁ ଅପମାନିତ କରିବାକୁ ପଛେଇଲେନି। ଜଣେ ଥାନା ଅଧିକାରୀ ଯଦି ରାଜ୍ୟ ତଥା ଦେଶର ଜରୁରୀକାଳୀନ ପରିସ୍ଥିତିର ନିୟମକୁ ପାଦରେ ଦଳିବାକୁ ପଛଘୁଞ୍ଚା କରୁନାହାନ୍ତି , ତେବେ ସେ ଅନ୍ୟମାନଙ୍କୁ ସୁରକ୍ଷା ଦେବେ କେମିତି ସାଧାରଣରେ ପ୍ରଶ୍ନବାଚୀ ଚାଲିଛି ..? । କୌଣସି ଜାଗାରେ କଣ ପାଇଁ ତାଙ୍କୁ ଅଟକାଗଲାନି ନା ପଦବୀରେ ଅଛନ୍ତି ବୋଲି ତାଙ୍କ ପାଇଁ ନିୟମ କିଛି ନାହଁ। ପୋଲିସ ବିଭାଗ ଥାନା ଅଧିକାରୀଙ୍କ ପ୍ରତି ଅଧିକ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ନା ଖାଲି ସସପେଣ୍ଡ କରି ନୀରବ ରହୁଛନ୍ତି, ଏହାର ଅପେକ୍ଷାରେ ରାଜ୍ୟବାସୀ।
ଜିଲ୍ଲା ପ୍ରତିନିଧି ଲାଲା ଅନନ୍ତ କୁମାର ସିଂହ