10/10/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜୟପୁର ସ୍ଥିତ କାଳୀକୃଷ୍ଣ ମନ୍ଦିରଠାରେ ନବରାତ୍ରୀ ତଥା ଦୁର୍ଗା ପୂଜା ଅନୁଷ୍ଠିତ

ଜୟପୁର : ଶାରଦୀୟ ପବିତ୍ର ନବରାତ୍ରୀ ତଥା ଦୁର୍ଗା ପୂଜା ତା. ୨୨/୦୯/୨୦୨୫ ରିଖ ଠାରୁ କୋରାପୁଟଜିଲ୍ଲା ଜୟପୁର ପାର୍କ ଲାଇନ୍ ସ୍ଥିତ କାଳୀକୃଷ୍ଣ ମନ୍ଦିରଠାରେ ମହାସମାରୋହରେ ପାଳିତ ହେଉଛି । ବିଶ୍ଵ କଲ୍ୟାଣ ଉଦ୍ଦେଶ୍ୟରେ ପ୍ରତିଦିନ ସହସ୍ରାଧିକ ଆହୁତି ପ୍ରଦାନ କରାଯାଉଛି । ଏତତ୍ ବ୍ୟତୀତ ପ୍ରତିଦିନ ଶ୍ରୀ ଶ୍ରୀ ଚଣ୍ଡୀ ପାଠ କରାଯାଉଛି । ଭକ୍ତ ମାନେ ନବରାତ୍ରୀ କରିବା ସକାଶେ ସଂକଳ୍ପ କରି ଅତି ଭକ୍ତି ଭାବରେ ସଂପୂର୍ଣ୍ଣ ରୀତି ନୀତି କ୍ରମେ ପାଳନ କରୁଛନ୍ତି । ଦୁର୍ଗା ମଣ୍ଡପକୁ ପ୍ରତ୍ୟହ ହଜାର ହଜାର ଭକ୍ତ ମାଁ ଙ୍କ ଦର୍ଶନ ପାଇଁ ଆସନ୍ତି, ଏକ ଭାବ ଭକ୍ତିମୟ ପରିବେଶ ସୃଷ୍ଟି ହେବାରେ ପରିଲକ୍ଷିତ ହୁଏ , ସହସ୍ରାଧିକ ଭକ୍ତ ନିଜ ମନସ୍କାମନା ପୂର୍ଣ୍ଣ ସକାଶେ ନବଦିନ ଅଖଣ୍ଡ ଦୀପ ପଜ୍ଜଳନ କରି କୃତାର୍ଥ ହୋଇପାରିଛନ୍ତି। ଶ୍ରୀ ଶ୍ରୀ ଜଗଦାନନ୍ଦଜୀଙ୍କ ତତ୍ତ୍ଵାବଧାନ ଏବଂ ଦିଗ୍ ଦର୍ଶନରେ ନବରାତ୍ରୀ ପୂଜା ଅର୍ଚ୍ଚନା ସମ୍ପୂର୍ଣ୍ଣ ସାତ୍ତ୍ଵିକ ମତରେ ଓ ଶାସ୍ତ୍ର ମତେ ଅନୁଷ୍ଠିତ ହେବାରେ ପରିଲକ୍ଷିତ ହେଉଛି , ପୂଜା ମଣ୍ଡପର ସାଜସଜ୍ଜା ଅତି ରମଣୀୟ ଓ ଚିତ୍ତାକର୍ଷକ ହୋଇଥିବାରୁ ଭକ୍ତଙ୍କ ଭିଡ ବଢ଼ିବାରେ ଲାଗିଛି । ନବମୀ ଦିନ ନବକନ୍ୟାଙ୍କୁ ମା ଙ୍କର ବିଭିନ୍ନ ରୂପରେ ସଜ୍ଜିତ କରାଯାଇ ପୂଜାର୍ଚ୍ଚନା କରାଯିବା ପରେ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *