09/19/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଷୋହଳଖଣ୍ଡ ଗୋପାଳ ସମାଜ ପକ୍ଷରୁ ନନ୍ଦ ଉତ୍ସବ ପାଳିତ

ଜୟପୁର, ୧୭/୮(ସଖପ୍ର) :କୋରାପୁଟ ଜିଲ୍ଳା ଷୋହଳଖଣ୍ଡ ଗୋପାଳ ସମାଜ ପକ୍ଷରୁ ଆଜି ନନ୍ଦ ଉତ୍ସବ ପାଳିତ ହୋଇଯାଇଛି । ସ୍ଥାନୀୟ ଟାଉନ୍ ହଲ୍ ପରିସରରେ ଆୟୋଜିତ ଏହି ଉତ୍ସବରେ ପୌରୋହିତ୍ୟ କରିଥିଲେ ସଭାପତି କବିରାଜ ପରମେଶ୍ୱର ପାତ୍ର । ଏଥିରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଯୋଗ ଦେଇ ଗୋପାଳ ଜାତିର ମହାନତା ସଂପର୍କରେ କହିଥିବା ବେଳେ ସମ୍ମାନୀତ ଅତିଥି ଭାବେ ପୌରାଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି ଯୋଗ ଦେଇ ଏହି ଜାତିକୁ ମା’ର ମାନ୍ୟତା ଦେଇଥିଲେ । ଯେହେତୁ ଏହି ଜାତିରେ ଭଗବାନ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ ଏବଂ ତାଙ୍କୁ ଏ ଜାତି ଲାଳନ ପାଳନ କରିଛି, ତେଣୁ ଏ ଜାତି ସମଗ୍ର ସୃଷ୍ଟିର ମା’ ହେବାର ହକ୍ ରଖୁଛି ବୋଲି କହିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଡ.ସୁରେଶ ଦାସ ଯୋଗ ଦେଇ ଏହି ଜାତିରେ ଜନ୍ମିତ ମହାପୁରୁଷଙ୍କ ସଂପର୍କରେ କହିଥିଲେ । କଳିଙ୍ଗ ସମ୍ରାଟ୍ କପିଳେନ୍ଦ୍ରଙ୍କ ଠାରୁ ଆରମ୍ଭ କରି ଶ୍ରୀ ଅରବିନ୍ଦ ଯାଏଁ ଏହି ଜାତିରେ ଜନ୍ମ ଗ୍ରହଣ କରିଥିବା ବେଳେ ଯୋଗ ଗୁରୁ ବାବା ରାମଦେବ ମଧ୍ୟ ଏହି ଜାତିରୁ ବୋଲି କହି ଗୋପାଳଙ୍କୁ ପ୍ରଶଂସା କରିଥିଲେ ।

ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଯାଦବ ମହାସଭା ସଭାପତି ମଦନ ମୋହନ ନାୟକ, ଉତ୍କଳ ସମ୍ମିଳନୀ କୋରାପୁଟ ଜିଲ୍ଲା ଉପଦେଷ୍ଟା ବିନୋଦ ମହାପାତ୍ର, ଆଇନଜୀବୀ ବାଲା ରାୟ, ଶିକ୍ଷାବିତ୍ ହରିହର କରସୁଧା ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ସଂଯୋଜନା ଡାକ୍ତର ସୁଦର୍ଶନ ଗୌଡ଼ କରିଥିବା ବେଳେ ସଂପାଦକ ରାଜେନ୍ଦ୍ର କୁମାର ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜୟପୁର ମୁଠା ସଭାପତି ଭାସ୍କର ଚନ୍ଦ୍ର ଗୌଡ଼, ନାରାୟଣ ଗୌଡ଼, ବଂଶୀଧର ଗୌଡ଼, ସମର ମହାଙ୍କୁଡ଼, କୈଳାସ ଗୌଡ଼, ବିଜୟ ଗୌଡ଼, ଡମ୍ବରୁ ଗୌଡ, ଶ୍ରୀନିବାସ ପାତ୍ର, ପଦ୍ମନ ଗୌଡ଼, ବାବୁଲା ଗୌଡ଼, ରାମ ମହାଙ୍କୁଡ଼, ଶ୍ରୀରାମ ଗୌଡ,ନରେଶ ମହାକୁଳ, ରାଧେଶ୍ୟାମ ଗୌଡ଼, ରାଣୀ ଗୌଡ଼, ପୂର୍ଣ୍ଣବାସୀ ମହାଙ୍କୁଡ଼, ଟୁଲୁ ଗୌଡ଼, ଶରତ ପାତ୍ର, ଶ୍ରୀକାନ୍ତ ପାତ୍ର, ପ୍ରମୋଦ କୁମାର ପାତ୍ର, ନିିନି ମାର୍ଥା, ଭଗବାନ ଗୌଡ଼, କୃଷ୍ଣ ଗୌଡ଼, ଦଣ୍ଡାସୀ ଗୌଡ଼, ରୀନାରାଣୀ ଗୌଡ଼, ଦୁଲ୍ଲଭ ଗୌଡ, ଜଗନ୍ମାଥ ଠେଙ୍ଗା, ହଂସ ମହାଙ୍କୁଡ଼, ରାମକୃଷ୍ଣ ସାହୁ, ପ୍ରଦୀପ୍ତ ନାୟକ, ରଂଜତ ପ୍ରଧାନ ପ୍ରମୁଖ ସହଯାଗ କରିଥିଲେ । ଶେଷରେ ବନ୍ଦିତା ସ୍କୁଲ୍ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *