ଏହି ସବୁ ବ୍ୟବହୃତ ଓଡ଼ିଆ ଶବ୍ଦର ବନାନ ଆମେ ପ୍ରାୟତଃ ଭୁଲ୍ ଲେଖି
ଭରସା: ଏହି ଶବ୍ଦଟିର ବନାନ ଅଧିକାଂଶ ଲୋକ ‘ଭରଷା’ ଲେଖନ୍ତି। ମାତ୍ର ଏହାର ଠିକ୍ ବନାନଟି ହେଉଛି ‘ଭରସା’।
ଶାଢ଼ି: ଅଧିକାଂଶ ଲୋକ ଭୁଲବ୍ଶତଃ ଲେଖନ୍ତି ‘ଶାଢ଼ୀ’। ମାତ୍ର ଏହାର ପ୍ରକୃତ ବନାନ ହେଉଛି ‘ଶାଢ଼ି’।
ଶାଶୂ: ଅଧିକାଂଶ ଲୋକ ‘ଶାଶୂ’କୁ ଭୁଲ୍ରେ ‘ଶାଶୁ’ ଲେଖନ୍ତି।
ଦମ୍ପତି: ପିଲାରୁ ନେଇ ବୟସ୍କ ପର୍ଯ୍ୟନ୍ତ ଅନେକ ଲୋକ ‘ଦମ୍ପତି’ର ବନାନ ‘ଦମ୍ପତ୍ତି’ ବୋଲି ଲେଖନ୍ତି, ଯାହାକି ଭୁଲ୍ ଅଟେ।
ନମୁନା: ଅନେକ ପାଥୋଲ୍ୟାବ୍ରୁ ନେଇ ଗଣମାଧ୍ୟମ ସଂସ୍ଥା ପର୍ଯ୍ୟନ୍ତ ‘ନମୂନା’ ଲେଖିଥାନ୍ତିି। ଯଦିଓ ବାସ୍ତବ ବନାନଟି ହେଉଛି ‘ନମୁନା’।
ଆପୋସ: ପ୍ରାୟ ସ୍ଥାନରେ ‘ଆପୋସ’ର ବନାନ ‘ଆପୋଷ’ ଲେଖା ଯାଉଥିବାର ଦେଖିବାକୁ ମିଳେ।
ତ୍ରୁଟି: ‘ତ୍ରୁଟି’ ଅର୍ଥାତ ଭୁଲ୍। ଏହାର ବନାନକୁ ଅନେକ ଲୋକ ଭୁଲ୍କ୍ରମେ ‘ତୃଟି’ ବୋଲି ଲେଖନ୍ତି।
ଆନୁଷଙ୍ଗିକ: ‘ଆନୁଷଙ୍ଗିକ’କୁ ଭୁଲ୍ବଶତଃ ଲୋକେ ‘ଆନୁସଙ୍ଗିକ’ ଲେଖିଥାନ୍ତି।
ସନ୍ନ୍ୟାସ: ‘ସନ୍ନ୍ୟାସ’ ଶବ୍ଦ ଅନେକ ସ୍ଥାନରେ ‘ସନ୍ୟାସ’ ଭାବେ ଲେଖା ଯାଉଥିବାର ଦେଖିବାକୁ ମିଳେ।
ଗଣେଶ: ବହୁତ ଲୋକ ‘ଗଣେଶ’ ଶବ୍ଦକୁ ଭୁଲ୍ ଭାବେ ‘ଗଣେଷ’ ଲେଖିଥାନ୍ତି।
କ୍ରୂର: ‘କ୍ରୂର’ ଶବ୍ଦଟିକୁ ଅଧିକାଂଶ ଲୋକ ‘କ୍ରୁର’ ବୋଲି ଲେଖିଥାନ୍ତି।