03/26/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଭିନ୍ନ ଅଂଚଳ ପରିଦର୍ଶନ କଲେ ଚିତ୍ରକୋଣ୍ଡା ବିଧାୟକ…

ମାଲକାନଗିରି (ସଖପ୍ର): ଆଜି ମାଥିଲି ବ୍ଲକ ଭଣ୍ଡାରି ପାଙ୍ଗାମ୍ ଓ ଭେଜାଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗ୍ରାମ ଗୁଡ଼ିକୁ ଯାଇ ମାସ୍କ ବଣ୍ଟନ କରିବା ସହ ହୋମ କ୍ୱାରେଣ୍ଟାଇନରେ ଥିବା କରୋନା ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁଛି କି ନାହିଁ ଘର ଘର ଯାଇ ବୁଲି ଦେଖିଲେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା । ସେଠାରେ ସବୁ ଆଶା ଦିଦି ଓ ଅଙ୍ଗନୱାଡ଼ି ଦିଦି ମାନଙ୍କୁ ଡାକି ସେମାନଙ୍କ ସହ ଆଲୋଚନା କଲେ । ଏହି ମହାମାରୀ ସମୟରେ ସେମାନେ କରୋନା ଯୋଦ୍ଧା ଭଳି ଘର ଘର ବୁଲି ପରୀକ୍ଷା ଓ ଔଷଧ ଦେବାରେ ବଡ଼ ଭୂମିକା ନେଉଥିବାରୁ ତାଙ୍କ ମନୋବଳ ବଢ଼ାଇବାକୁ ଚେଷ୍ଟା କଲେ ଏବଂ ଯାହା ବି ଅସୁବିଧା ହେଲେ ତାଙ୍କୁ ଜଣାଇଲେ ସେମାନଙ୍କୁ ପ୍ରତ୍ୟକ୍ଷ ଭାବେ ସାହାଯ୍ୟ କରିବି ବୋଲି ପ୍ରତିଶ୍ରୁତି ଦେଲେ । ମୋର ସମସ୍ତଙ୍କୁ ଅନୁରୋଧ ଆମେ ସମସ୍ତେ ସରକାରଙ୍କ ଦ୍ଵାରା ଦିଆଯାଇଥିବା ନିୟମକୁ ପାଳନ କରିବା ଓ ସର୍ବଦା ସ୍ୱଚ୍ଛ ରହିବା ସହିତ ମାସ୍କ ପିନ୍ଧିବା ବୋଲି ସେ ଜଣାଇଲେ । ବିଧାୟକଙ୍କ ଏପରି ବିଭିନ୍ନ ଅଂଚଳ ଗସ୍ତକୁ ବୁଦ୍ଧିଜୀବୀମାନେ ପସନ୍ଦ କରିଛନ୍ତି । ରାଜ୍ୟରେ ଥିବା ସମସ୍ତେ ଏପରି କାର୍ଯ୍ୟ କରିବା ଉଚିତ ବୋଲି ସେମାନେ ନିଜ ମତପୋଷଣ କରିଛନ୍ତି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *