05/17/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପାର୍ଶଳି ଡଙ୍ଗରିଆ ମହିଳା କରୋନା ପରୀକ୍ଷା ପାଇଁ ଶେଷରେ ରାଜି ହେଲେ

ରାୟଗଡା(ସଖପ୍ର):ଶେଷରେ ଡଙ୍ଗରିଆ ମାନଙ୍କୁ ରାଜି କରାଇବାରେ ସଫଳ ହେଲେ ପ୍ରଶାସନିକ ଅଧିକାରୀ। ଅନ୍ଧ ବିଶ୍ବାସର ବଶବର୍ତ୍ତୀ ହୋଇ ଆଧୁନିକ ଚିକିତ୍ସାକୁ ଗୁରୁତ୍ବ ଦେଉନଥିବା ଡଙ୍ଗରିଆ କନ୍ଧମାନଙ୍କୁ ବୁଝାଇ ଗତ କାଲି କିଛି ମହିଳା ଓ ପୁରୁଷଙ୍କ ସ୍ଵାଵ୍ ସଂଗ୍ରହ କରାଯାଇଛି। ବିଗତ ଦିନରେ ନମୁନା ସଂଗ୍ରହ କରିବାକୁ ବି ଡି ଓ ତହସିଲଦାର ଓ ପି ଲି ପି ଅଧିକାରୀ ସ୍ବାସ୍ଥ୍ୟ ସେବା ଟିମ୍ ସହ ଯାଇ ଫେରିଥିଲେ ସେମାନେ ସଫା ସଫା ସହଯୋଗ କରିବାକୁ ମନା କରିଦେଇଥିଲେ। ତାପରେ ପ୍ରଶାସନ ନିରାଶ ହୋଇ ଫେରିଆସିଲେ। ସେ ଯାହା ହେଉ ପ୍ରଶାସନ ବୁଝାଇବାରେ ସଫଳ ହୋଇଛି। ବିପଦମୁଖି ବିରଳ ଜାତି ସୁରକ୍ଷିତ ହୋଇ ପାରିବେ ବୋଲି ଲୋକଙ୍କ ମନରେ ବିଶ୍ୱାସ ଆସିଛି। ଅସୁସ୍ଥ ପର୍ଶଳି ସରପଞ୍ଚ କରୋନାରେ ପୀଡ଼ିତ ହୋଇ ଗୁରୁତର ଅବସ୍ଥାରେ ଥିଲେ ତାଙ୍କର ଚିକିତ୍ସା ଆରମ୍ଭ କରିଛି ସ୍ବାସ୍ଥ୍ୟ ବିଭାଗ। ବିଗତ କାଲି ପରୀକ୍ଷା ପାଇଁ କହିବାରୁ ଆମକୁ କିଛି ହେବନାହିଁ । କରୋନା ବୋଲି ସେମିତି କିଛି ନାହିଁ ଆମ ପାଇଁ ନିୟମଗିରି ରାଜା ମହାପୁରୁ ଅଛନ୍ତି ତେଣୁ ଆମର କିଛି ହେବନି ବୋଲି କହି ଚାଲି ଯାଇଥିଲେ। ଗତ କାଲି ଡଙ୍ଗରିଆ କନ୍ଧ ସ୍ଵତନ୍ତ୍ର ଅଧିକାରୀ ମଦନ ମୋହନ ଦଳବେହେରା, ବୁଝାଇବା ପରେ ପରୀକ୍ଷା ପାଇଁ ରାଜି ହୋଇ ପ୍ରାୟ ୨୫ ଜଣ ସ୍ବାବ୍ ଦେଇଛନ୍ତି। ଏହି ପରୀକ୍ଷା ପାଇଁ ଯାଇଥିବା ଦଳରେ ଆଦିବାସୀ ଉନ୍ନୟନ ଅଧିକାରୀ ଟୁକୁ ବାରିକ, ବି ଡି ଓ କାଳୁ ଚରଣ ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥି, ଓ ପି ଲି ପି ପରିଚାଳକ ସଞ୍ଜୟ କୁମାର ସ୍ୱାଇଁ ପାର୍ଶଲି ଗ୍ରାମକୁ ଯାଇ ବୁଝାଇଥିଲେ। ଗତ ସପ୍ତାହରେ ଏହି ଅଞ୍ଚଳରେ ୨୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ତାକୁ ଅସ୍ଥାୟୀ ପୃଥକ୍ ବାସ ଅଞ୍ଚଳ ଘୋଷଣା କରାଯାଇଥିଲା କିନ୍ତୁ ସେମାନେ ନ ମାନିବାରୁ ପ୍ରଶାସନର ହୋସ୍ ଉଡ଼ିଯାଇଥିଲା। ପଞ୍ଚାୟତର ଗୁଠକପାଙ୍ଗା ପ୍ରାଥମିକ ବିବ୍ୟାଳୟରେ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର କରି ସରପଞ୍ଚଙ୍କ ଚିକିତ୍ସା ଆରମ୍ଭ ହୋଇଥିଲା। ଏହାସହ ଆଦିବାସୀ ଉନ୍ନୟନ ଅଧିକାରୀ ଅଶୋକ କୁମାର ଶତପଥି ଓ ପି ଲି ପି ଅଧିକାରୀ ଶ୍ରୀ ସ୍ୱାଇଁ କହିଛନ୍ତି ସମସ୍ତଙ୍କୁ ସ୍ବାବ୍ ଗ୍ରହଣ କରିବାକୁ ଚେଷ୍ଟା ଜାରି ରହିବ ବୋଲିକହିଥିଲେ । ଠିକ ସେହିପରି ଡ଼ଙ୍ଗରିଆ କନ୍ଧ ଉନୟନ ସଂସ୍ଥା ଚାଟିକଣାର କୁର୍ଲି ପଂଚାୟତର ଗାଣ୍ଡିଲି ଠାରେ 62ଜଣ ଡ଼ଙ୍ଗରିଆଙ୍କୁ କରୋନା ସ୍ୱାବ ଟେଷ୍ଟ କରାଯାଇଛି ଏହି ମାନଙ୍କୁ ପରୀକ୍ଷା କରିବା ପାଇଁ ବିଷମକଟକ ବିଡ଼ିଓ କୁର୍ଲି ସରପଞ୍ଚ ଓ ଓପୀଲିପି ପ୍ରକଳ୍ପ ମେନେଜର ସୁଦର୍ଶନ ପାଢ଼ୀ ଉପସ୍ଥିତ ରହିଥିଲେ ଚାଟିକଣା ଓପୀଲିପି ପ୍ରକଳ୍ପ ମେନେଜର ଶ୍ରୀ ସୁଦର୍ଶନ ପାଢ଼ୀ ନିଜେ ନିୟମଗିରି ଅଂଚଳର ପ୍ରତ୍ୟେକ ଗ୍ରାମକୁ ଯାଇ କରୋନା ବିଷୟରେ ସଚେତନତା କରି ଜନସାଧାରଣଙ୍କୁ କରୋନା ପରୀକ୍ଷା ନିମନ୍ତେ ବୁଝାଇ ଥିଲେ। ପରିଶେଷରେ ଡ଼ଙ୍ଗରିଆ ମାନେ ରାଜି ହୋଇ ସ୍ୱାବ ପରୀକ୍ଷା ନିମନ୍ତେ ଆଗେଇ ଆସିଥିଲେ । ଆଗାମୀ ଦିନରେ ମଧ୍ୟ ସମଗ୍ର ନିୟମଗିରି ଅଂଚଳରେ ବାସ କରୁଥିବା ଆଦିବାସୀଙ୍କୁ ସ୍ୱାବ ପରୀକ୍ଷା କରାଯିବ ବୋଲି ସୁଦର୍ଶନ ପାଢ଼ୀ କହିଛନ୍ତି।

ରାୟଗଡାରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *