12/07/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ନେସନାଲ ଗ୍ରୀନ ଟ୍ୟୁବୁନାଲର ରାୟକୁ ନେଇ ସମାଜସେବୀ ବସନ୍ତ ପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀ

କୋରାପୁଟଜିଲ୍ଲା(ସଖପ୍ର): ଆଜି ଜୟପୁର ପ୍ରିନ୍ସେସ ହୋଟେଲ ସଭାକକ୍ଷରେ ସମାଜସେବୀ ବସନ୍ତ ପାତ୍ର ଓ ଶ୍ରୀନିବାସ ମହାରଣାଙ୍କ ତରଫରୁ ଜୟପୁର ଜଗନ୍ନାଥ ସାଗରକୁ ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। କୋରାପୁଟଜିଲ୍ଲା ଜୟପୁର ଜଗନ୍ନାଥ ସାଗରର ବିକାଶ ପାଇଁ ଗତ ଦିନରେ ସରକାରଙ୍କର ବିଭିନ୍ନ ବିଭାଗ ତରଫରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ମଧ୍ୟ କୋଣସି ଆଖିଦୃଷ୍ଟିଆ ବିକାଶ ଦୃଷ୍ଟିଗୋଚର ହେଉ ନଥିଲା। ବିଭିନ୍ନ ସଂଗଠନ ମାନଙ୍କ ତରଫରୁ ଜଗନ୍ନାଥ ସାଗରର ବିକାଶ ପାଇଁ ଦାବୀ ହୋଇ ଆସୁଥିଲା। ତଥାପି ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନେଉ ନଥିଲେ। ଜୟପୁରର ସମାଜସେବୀ ବସନ୍ତ ପାତ୍ର ସାଗରର ବିକାଶ ପାଇଁ ନେସନାଲ ଗ୍ରୀନ ଟ୍ୟୁବୁନାଲ ନୂଆଦିଲ୍ଲୀରେ ଅଭିଯୋଗ ପତ୍ର ନମ୍ବର-148/2019, (ବସନ୍ତ ପାତ୍ର ବନାମ ଓଡ଼ିଆ ସରକାର ଓ ଅନ୍ୟମାନେ) ଦାଖଲ କରିଥିଲେ।

ତା୦୮,୧୦,୨୦୨୦ରିଖ ଗ୍ରୀନ ଟ୍ୟୁବୁନାଲ ତାଙ୍କର ରାୟ ପ୍ରକାଶ କଲେ। ନଂ୧- ଜଗନ୍ନାଥ ସାଗର ଚାରି ପାଖରୁ ଜବର ଦଖଲ ଉଚ୍ଛେଦ (୫୪ଟି ଘର), ନଂ୨-ସାଗରର ବିକାଶ ପାଇଁ ସୁନାବେଡା HAL csr ଫଣ୍ଡରୁ ୧କୋଟି ଅନୁଦାନ, ନଂ୩-ଓ୍ବାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ଦାୟିତ୍ବ ଷ୍ଟେଟ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ଓଡିଶାକୁ ରକ୍ଷଣାବେକ୍ଷଣ ନିର୍ଦ୍ଦେଶ ଦେଇଛନ୍ତି। ନଂ୪-ଚିଲିକା ଡେଭଲପମେଣ୍ଟ ଅଥରିଟିକୁ ଜଗନ୍ନାଥ ସାଗରର ଦଳସଫା ପାଇଁ ନିର୍ଦ୍ଦଶ (୫୫ଏକର ଦଳ ରହିଛି) ଘଣ୍ଟା ପିଛା ୧୪ହଜାର ୧୦୦ଟଙ୍କା। ନଂ୫-ନାଲକୋରୁ କେତେ ଟଙ୍କା ଅନୁଦାନ ମିଳିଛି ଜିଲ୍ଲାପ୍ରଶାସନ ନେସନଲ ଗ୍ରୀନ ଟ୍ରିବ୍ୟୁନାଲକୁ ଅବଗତ କରିବାକୁ ନିର୍ଦ୍ଦେଶ। ଏହା ଜୟପୁର ବାସୀଙ୍କ ଶ୍ରେୟ, ଆଗାମୀ ଦିନରେ ଏଭଳି ସଂଘର୍ଷ ଜାରୀ ରହିବ ବୋଲି ସମାଜସେବୀ ବସନ୍ତ ପାତ୍ର ପ୍ରକାଶ କରିଛନ୍ତି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *