ଜୟପୁର ୬/୦୭ (ସଖପ୍ସ):ସ୍ଥାନୀୟ ଚନ୍ଦନବାଡ ପୌର ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷୟିତ୍ରୀ ସ୍ବାତୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ 5T ହାଇସ୍କୁଲ ରୂପାନ୍ତିକରଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ସ୍ଥାନୀୟ ବିଧାୟକ ତାରା ପ୍ରସାଦ ବାହିନୀପତି ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଶିକ୍ଷାର ମହତ୍ତ୍ଵ ଏବଂ 5Tର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଥିଲେ।ପୌରାଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି ଓ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ସିଦ୍ଧାନ୍ତ ପଟ୍ଟନାୟକ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଆମ ଅଞ୍ଚଳ ପାଇଁ ଏହା ଏକ ଗୌରବ ବୋଲି ଅଭିବ୍ୟକ୍ତ କରିଥିଲେ।ପୌର ଯନ୍ତ୍ରୀ ବିଶ୍ବନାଥ ପାତ୍ର ଏବଂ ଶ୍ରୀଯୁକ୍ତ ଆଚାର୍ଯ୍ୟ,ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀନାଥ ମିଶ୍ର ଓ କିଶୋର ପଣ୍ଡା,ପୂର୍ବତନ ଶିକ୍ଷକ ୟୁ ରାଜ ଶେଖର ଏବଂ ନୀଳମାଧବ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ।ସୁଜିତ କୁମାର ନାୟକ ପରିଚୟ ପ୍ରଦାନ କରିଥିବାବେଳେ ଲିପିକା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ନିମାଇଁ ଚରଣ ଦାଶ ଏବଂ ଲକ୍ଷ୍ମୀକାନ୍ତ ମିଶ୍ର ପ୍ରମୁଖ ପୂର୍ବ ଛାତ୍ର ବିଦ୍ୟାଳୟର ଗୌରବମୟ ଇତିହାସ ସମ୍ପର୍କରେ ଆଲୋକପାତ କରିଥିଲେ।ଜି ନାଗାରାଜୁ,ସଞ୍ଜୁ ଜୈନ୍,ପ୍ରଦୀପ୍ତ ସାହୁ,ସପନ ସାହୁ,ମନୋଜ ପାତ୍ର,କାର୍ତ୍ତକ ରାଉତ,ସୁଶାନ୍ତ ଦାସ,ମନୋଜ ପଟ୍ଟନାୟକ,ଜଗଦୀଶ ପଟ୍ଟନାୟକଙ୍କ ସମେତ ଅନେକ ପୂର୍ବଛାତ୍ର ଏହି ବୈଠକରେ ଅଂଶ ଗ୍ରହଣ କରିଥିଲେ।ବିଦ୍ୟାଳୟରେ ଶିକ୍ଷକ,ସ୍ଥାୟୀ କିରାଣୀ,୪ର୍ଥ ଶ୍ରେଣୀ କର୍ମଚାରୀ, ରାତ୍ର ଜଗୁଆଳି ପଦବୀ ପୂରଣ ସହ ଟିଣଛାତକୁ ହଟାଯାଇ ସିମେଣ୍ଟ ଛାତରେ ପରିଣତ କରିବାକୁ ଅନୁରୋଧ କରାଯାଇଥିଲା। ପ୍ରଧାନ ଶିକ୍ଷୟିତ୍ରୀଙ୍କ ତତ୍ତ୍ୱାବଧାନରେ ସୁସ୍ମିତା ରଥ,ସୂଚିସ୍ମିତା ଜେନା,ସୀମା ଜୟଧର ଓ ଛବିରାଣୀ ସାହୁ ପ୍ରମୁଖ ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ସବୁବର୍ଗ ଖବର