02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

5T କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବିଦ୍ୟାଳୟର ଫାଇବର ଛାତ ଭୁଷୁଡିଲା

ଆନନ୍ଦପୁର 25/10 (ସଖପ୍ର) : ଘଷିପୁରାବ୍ଲକର ଦେଓଗାଁ ଠାରେ ଥିବା ଦେଓଗାଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ରାଜ୍ୟ ସରକାରଙ୍କ ୫ଟି କାର୍ଯ୍ୟକ୍ରମରେ ସାମିଲ କରାଯାଇଥିଲା। ବିଦ୍ୟାଳୟର ରୂପାନ୍ତରିତ କାର୍ଯ୍ୟ ପାଇଁ ସରକାରଙ୍କ ପକ୍ଷରୁ ମଞ୍ଜୁର ହେଇଥିବା ପ୍ରାୟ ପଚାଶ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ସ୍କୁଲରେ ରୂପାନ୍ତରିତ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବା ପୂର୍ବରୁ ହଠାତ୍ ଏକ ଶ୍ରେଣୀ ଗୃହର ଫାଇବର ଛାତ ଭୁଷୁଡି ପଡ଼ିଥିଲା। ସ୍କୁଲରେ ଛାତ୍ରଛାତ୍ରୀ ନଥିବାରୁ କୈାଣସି କ୍ଷୟକ୍ଷତି ହୋଇନାହିଁ। ଏହି ସମ୍ବେଦନଶୀଳ ଘଟଣାରେ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ସମେତ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଓ ଜନସାଧାରଣ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ତ୍ରୁଟିପୂର୍ଣ୍ଣ ନିର୍ମାଣ କାର୍ଯ୍ୟ ପାଇଁ ସଂପୃକ୍ତ ଠିକାଦାରଙ୍କୁ ଦାୟୀ କରିବା ସହ ବିଭାଗୀୟ ତଦନ୍ତ ପାଇଁ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ମାନେ ସରକାରଙ୍କ ନିକଟରେ ଦାବୀ କରିଛନ୍ତି।

ଆନନ୍ଦପୁରରୁ ଜଗବନ୍ଧୁପଣ୍ଡାଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *